ରାଉଲକେଲା, (ନାଗରାଜ ନ୍ୟୁଜ): ରାଉରକେଲା ସେକ୍ଟର ୧୯ ମା’ ଶାରଳା ମନ୍ଦିରରେ ଲୋକଜନଶକ୍ତି ପାର୍ଟିର ଲେବର ସେଲ ପକ୍ଷରୁ ଏକ ବୈଠକ ହୋଇଥିଲା । ଯେଉଁଥିରେ ପ୍ରସନ୍ନ ନାୟକଙ୍କୁ ଲେବରସେଲର ଅଧ୍ୟକ୍ଷ ଭାବେ ପଦାନ୍ୱିତ କରାଗଲା । ଏହି ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ରାଜେଶ ପାଶୱାନ, ରାଷ୍ଟ୍ରୀୟ ବରିଷ୍ଠ ଉପାଧ୍ୟକ୍ଷ ଡା. ଚନ୍ଦ୍ରଦେବ ପାଶୱାନ, ରାଷ୍ଟ୍ରୀୟ ମହାସଚିବ ସୁନ୍ଦର ଚୌଧୁରୀ, ରାଜ୍ୟ କାର୍ୟ୍ୟକାରିଣୀ ଅଧ୍ୟକ୍ଷ ଚିତ୍ତରଞ୍ଜନ ମଲ୍ଲିକ । ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମନ୍ଦିର ପରିସରକୁ ସ୍ବାଗତ କରାଯିବା ପରେ ମା’ ଶାରଳାଙ୍କ ଦର୍ଶନ କରି ସେମାନେ ସଭାକାର୍ୟ୍ୟରେ ଯୋଗଦାନ କରିଥିଲେ । ଏହାପରେ ଭାରତୀୟ ସମ୍ବିଧାନର ଜନକ ଡା. ବି.ଆର ଆମ୍ବେଦକର ଏବଂ ଏଲଜେପିର ସଂସ୍ଥାପକ ସ୍ବର୍ଗତ ରାମବିଲାସ ପାଶୱାନଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଦ୍ଵିପ ପ୍ରଜ୍ଜଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଗୋଟେ ମିନିଟ ନୀରବ ପ୍ରାର୍ଥନା ଏବଂ ରାଷ୍ଟ୍ରୀୟ ଗାନ ପରେ ସଭା ଆରମ୍ଭ ହୋଇଥିଲା । ବୈଠକରେ ସମସ୍ତ ଅତିଥି ସ୍ବର୍ଗତ ରାମବିଳାଶ ପାଶୱାନଙ୍କ ସ୍ମୃତି ଚାରଣ କରି ଲୋକ ଜନ ଶକ୍ତି ପାର୍ଟିର ଲୋକ କଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଏବଂ ଶେଷରେ ପ୍ରସନ୍ନ ନାୟକଙ୍କୁ ଲୋକ ଜନଶକ୍ତି ପାର୍ଟିର ଲେବର ସେଲ ଅଧ୍ୟକ୍ଷ ରୂପେ ସମ୍ମାନିତ କରାଯାଇଥିଲା ।