କଟକ,(ନାଗରାଜ ନ୍ୟୁଜ): ଆଳୁ ଖୋଳୁ ଖୋଳୁ ମିଳିଲେ ମହାଦେବ। କଟକ ଟାଙ୍ଗୀ ନିକଟରେ ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୂପାଇଟା । ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ଚଢ଼ାଉ କରିବା ବେଳେ ବାହାରିଲା ବିପୁଳ ପରିମାଣର ରୁପା ଇଟା ଏହା ସହ ନଗଦ ୧୦ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ଖାଲି ରୁପା ଇଟା ନୁହେଁ ବରଂ ବିପୁଳ ପରିମାଣର ରୁପା ଅଳଙ୍କାର ମଧ୍ୟ ଜବତ । ଏହି ଜିନିଷ ସବୁ ଆସ୍କା ରୁ ଖଡ଼କପୁର ହେଉଥିଲା ଚାଲାଣ ହେଉଥିବା ବେଳେ ଜବତ ହୋଇଛି।
ଘଟଣା ଏମିତି ଥିଲା କି ଆଜି ସକାଳ ସମୟରେ ଅବକାରୀ ବିଭାଗ କୁ ଖବର ମିଳିଥିଲା କି ଏକ ଟାଟା ନେକ୍ସନ୍ କାର ରେ କଟକ ଟାଙ୍ଗୀ ଦେଇ ଗଞ୍ଜେଇ ଚାଲାଣ କରାଯାଉଛି। ବିଶ୍ଵସ୍ତ ସୂଚନାକୁ ଭିତ୍ତି କରି କରାଯାଇଥିଲା ହେଲେ ମିଳିଲା ନାହିଁ ଗଞ୍ଜେଇ। ଏହାପରେ ଯେତେବେଳେ ଅଧିକ ଖୋଳତାଡ କରାଯାଇଥିଲା ସେ ସମୟରେ କାର ମଧ୍ୟରେ ଅନେକ ଗୁପ୍ତ ଚ୍ୟାମ୍ୱର ମିଳିଥିଲା। ଯାହା ମଧ୍ୟରେ ମିଳିଥିଲା ଏହି ରୁପା ଇଟା,ଅଳଙ୍କାର ଓ ଟଙ୍କା। ଏହି ଘଟଣାରେ ଡ୍ରାଇଭର ସମେତ ଦୁଇଜଣଙ୍କୁ ଅଟକ ରଖିଛି । ଏହା ସହ ଜି ଏସ ଟି ଅଧିକାରୀ ମାନେ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି। ଘଟଣାର ସଂପୂର୍ଣ୍ଣ ଯାଞ୍ଚ ପରେ ରୂପାର ମୂଲ୍ୟ ଜଣାପଡ଼ିବ ବୋଲି କହିଛନ୍ତି ଜି ଏସ ଟି ଅଧିକାରୀ ମାନେ।