ପଶୁଙ୍କ ପାଇଁ ମଣିଷ ସାଜିଛି ବାଧକ

କଟକ, (ନାଗରାଜ ନ୍ୟୁଜ): ପଶୁଙ୍କ ପାଇଁ ମଣିଷ ସାଜିଛି ବାଧକ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ଶଙ୍କରପୁର ପଞ୍ଚାୟତରେ । ୩ ଦିନ ଭିତରେ ଏହି ଅଞ୍ଚଳରେ ପ୍ରତିଦିନ ୩ରୁ ୪ କୁକୁର ମରୁଥିବାକୁ ନେଇ ଲୋକମାନେ ଏହାର କାରଣ ଖୋଜିବାରେ ଲାଗିଥିଲେ । ଆଜି ଜଣେ ଜଳଖିଆ ଦୋକାନୀ ତାର ଦୋକାନରେ କୁକୁର ମାନଙ୍କ ଉତ୍ପାତକୁ ନେଇ ସେ ଏହି କୁକୁରଙ୍କୁ ଖାଦ୍ୟରେ ବିଷ ଦେଇ ମାରୁଥିବାର ଜଣା ପଡିଥିଲା ।

ପରେ ସ୍ଥାନୀୟ ଲୋକମାନେ ଏନେଇ କୁକୁର ମୃତ୍ୟୁ ସମ୍ପର୍କରେ ଚୌଦ୍ଵାର ଥାନାରେ ଏକ ଅଭିଯୋଗ ଦେବା ସହ ତଦନ୍ତ କରାଯାଇ ୧୨ଟି କୁକୁରର ମୃତ୍ୟୁ ରହସ୍ୟ ଉନ୍ମୋଚନ ସହିତ ଦୋଷୀ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ପାଇଁ ସ୍ଥାନୀୟ ବାସି ଦାବି କରିଛନ୍ତି । ଏନେଇ ପିପୁଲ ଫର୍ ଆନିମଲ ତରଫରୁ ଏହାର ତଦନ୍ତ କରାଯିବା ସହ ମୃତ କୁକର ମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ସହିଦ ନଗର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଯିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.