ସାମ୍ବାଦିକ ଓ ସାହିତ୍ୟିକଙ୍କ ମାତୃ ବିୟୋଗ

ବାଲେଶ୍ବର,(ନାଗରାଜ ନ୍ୟୁଜ): ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କର ମାତୃ ବିୟୋଗ ହୋଇଯାଇଛି । ଏପରି ଏକ ଘଟଣା ଘଟିଯାଇଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଆଳଦା ଗ୍ରାମରେ । ଘଟଣାରୁ ଜଣାଯାଇଛି ଯେ ଜଭଣ କାର୍ଯ୍ଯରତ ସାମ୍ବାଦିକ, କବି, ସାହିତ୍ୟିକ, ସମାଜସେବକ ତଥା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ମାତା ଯମୁନା ବେହେରା ଆଜି (୦୭/୫/୨୨) ଶନିବାର ଦିବା ଘ୧୨.୫୫ମି. ସମୟରେ ମୃତ୍ୟୁ ବରଣ କରିଛନ୍ତି । ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ହେବ ବାର୍ଦ୍ଧକ୍ୟ ଜନିତ କଷ୍ଟ ଭୋଗ କରୁଥିଲେ, ଏଥିପାଇଁ ବିଭିନ୍ନ ପ୍ରକାର ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ କୌଣସି ସୁଫଳ ମିଳିନଥିଲା । ଶେଷରେ ଶେଷନିଶ୍ୱାସ ତ୍ଯାଗ କଲେ । ମୃତ୍ୟୁ ବେଳକୁ ତାଙ୍କର ବୟସ ୭୭ ବର୍ଷ ହୋଇଥିଲା । ଏଖବର ପ୍ରସାରିତ ହେବା ପରେ ସମ୍ପୃକ୍ତ ଅଞ୍ଚଳରୁ ବହୁ ଲୋକ ଆଳଦା ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ୩ପୁଅ, ବୋହୂ, ନାତିନାତୁଣୀ, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ, ପାଖପଡୋଶୀ, ସାହିପଡିଶା ପ୍ରମୁଖ ଉପସ୍ଥିତ ଥିଲେ । ଜଣେ ଶାନ୍ତସରଳ, ନିରୀହା, ପରୋପକାରୀ, ମିଷ୍ଟଭାଷୀ ହୋଇଥିବାରୁ ସମସ୍ତଙ୍କର ଅତି ପ୍ରିୟ ଥିଲେ । ଏଭଳି ଜଣେ ବ୍ଯକ୍ତିଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକରଛାୟ ଖେଳି ଯାଇଛି ।

ବାଲେଶ୍ବର ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.