ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଏସସିବିରେ ଭେଟିଲେ ମେୟର ସୁବାସ ସିଂହ

କଟକ, (ନାଗରାଜ ନ୍ୟୁଜ): ପଦ୍ମଶ୍ରୀ କମଳା ପୂଜାରୀ ଗତକାଲି ରାତ୍ରିରେ କଟକ ବଡ଼ ଡାକ୍ତରଖାନା ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ନିଉ ମେଡ଼ିସିନ ଆଇ.ସି.ଉ. ରେ ଆଡ଼ମିସନ ହୋଇ ଚିକିତ୍ସିତ ହେଉଛନ୍ତି I ଏହି ଖବର ପାଇ କଟକ ମେୟର ଶ୍ରୀ ସୁବାସ ସିଂହ ତାଙ୍କୁ ଡାକ୍ତରଖାନାରେ ଭେଟି ସ୍ଵାସ୍ଥ ଅବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ I ପଦ୍ମଶ୍ରୀ କମଳା ପୂଜାରୀ ଜ୍ୱର ଓ ଝାଡା ରୋଗ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ I ୨ ବର୍ଷ ଧରି ସେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ I ତାଙ୍କର ସମସ୍ତ ପରୀକ୍ଷା ସରିଛି  I ଆଜି ସନ୍ଧ୍ୟାରେ ରିପୋର୍ଟ ଆସିବ I ବର୍ତ୍ତମାନ ସେ ସମ୍ପୂର୍ଣ ସୁସ୍ତ ଅଛନ୍ତି I ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ କ୍ରମେ ଉଚସ୍ତରୀୟ ଡାକ୍ତରୀ ଦଳ ଚିକିତ୍ସିତର ଦାଇତ୍ଵ ନେଇଛନ୍ତି I କର୍ପୋରେଟର ପ୍ରଳୟ ବେହେରା , ଦେବେନ୍ଦ୍ର ପାଣିଗ୍ରାହୀ , ଜଗନ୍ନାଥ ସ୍ୱାଇଁ , ରାଜୀବ ମହାନ୍ତି ଇତ୍ୟାଦି ଉପସ୍ଥିତ ଥିଲେ I

Leave a Reply

Your email address will not be published.