ବାରଙ୍ଗ ପ୍ରେସ୍‌ କ୍ଲବ୍ ତରଫରୁ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ପ୍ରେସ୍‌ କ୍ଲବ୍ ତରଫରୁ ଆନନ୍ଦ ବଜାରସ୍ଥିତ ପ୍ରେସ୍ କ୍ଲବ୍ ପରିସରରେ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସ କ୍ଲବର ସଭାପତି ଲଙ୍ଗରାଜ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଉପସଭାପତି ତ୍ରିଲୋଚନ ଦାସ, ସମ୍ପଦକ ରୁଦ୍ର ନାରାୟଣ ଷଡ଼ଙ୍ଗୀ , ସାମ୍ବାଦିକ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ପ୍ରେସ୍ କ୍ଲବ୍ ର ସଦସ୍ୟମାନେ ଯୋଗ ଦେଇଥିଲେ । ଏବେବି ଗଣମାଧ୍ୟମ ପ୍ରତିନିଧିମାନେ ଅନେକ କ୍ଷେତ୍ରରେ ସ୍ଵାଧୀନତା ପାଇବାରୁ ବଞ୍ଚିତ ଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ସରକାର ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିିବାକୁ ଦାବି କରାଯାଇଥିଲା। ଏହି ଅବସରରେ ଅଞ୍ଚଳର ବହୁ ସମାଜସେବୀ ଓ ବୁଦ୍ଧିଜିବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Leave a Reply

Your email address will not be published.