ପୁରୀ ମୁଖ୍ୟ ଚିକିତ୍ସାଳୟ ରେ ମିଳୁନାହିଁ ନିରାମୟ ଔଷଧ, CDMO ଙ୍କ ହସ୍ତକ୍ଷେପ ପରେ ମିଳିଲା ନିରାମୟ ଔଷଧ

ପୁରୀ,(ନାଗରାଜ ନ୍ୟୁଜ): ଆଜି ଅପରାହ୍ନ ସମୟରେ ଜଣେ ରୋଗୀ ନିଜର କାଶ ଜନିତ ରୋଗର ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ |ସେଠାରେ ସେ ଓପିଡି ଟିକେଟ ନେଇ ଡାକ୍ତର ଅମିତ ପଣ୍ଡାଙ୍କୁ ପରାମର୍ଶ କରିଥିଲେ |ଡାକ୍ତର ପଣ୍ଡା ରୋଗୀଙ୍କୁ ଟିକଟରେ ଲେଖିଥିବା ୫ ଗୋଟି ମେଡ଼ିସିନ ମଧ୍ୟରୁ ମାତ୍ର ଗୋଟିଏ ମେଡ଼ିସିନ ସରକାର ଦ୍ୱାରା ଯୋଗାଇ ଦିଆଯାଉଥିବା ନିରାମୟରୁ ମିଳିଲା | ଅନ୍ୟ ଚାରୋଟି ମେଡ଼ିସିନ ମେଡିକାଲ ପରିସରରେ ଥିବା ମେଡ଼ିସିନ ଷ୍ଟୋରରେ ମିଳିବ ବୋଲି ଶ୍ରୀପଣ୍ଡା କହିଥିଲେ |ରୋଗୀ ଜଣକ ଆର୍ଥିକ ସ୍ଵଛଳ ନଥିବାରୁ ଟଙ୍କା ଦେଇ ମେଡ଼ିସିନ କିଣିବା ତାଙ୍କ ପାଇଁ କଷ୍ଟକର ଥିବାରୁ ସେ ବାଧ୍ୟ୍ୟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ସରକାରଙ୍କ ତରଫରୁ ମିଳୁଥିବା ମାଗଣା ଔଷଧ ଲେଖିବାକୁ ନିବେଦନ କରିଥିଲେ |ଏହାପରେ ସମ୍ପୃକ୍ତ ଡାକ୍ତର ଶ୍ରୀପଣ୍ଡା ବାହାରୁ କିଣିବାକୁ ଲେଖିଥିବା ମେଡ଼ିସିନ କୁ ବଦଳାଇ ନିରାମୟ ରୁ ମାଗଣା ଔଷଧ ନେବାପାଇଁ ଟିକେଟରେ ଲେଖିଥିଲେ |ନିରାମୟ ରେ ମାଗଣା ମେଡ଼ିସିନ ଉପଲବ୍ଧ ଥାଇ ମଧ୍ୟ୍ୟ କିଛି ସ୍ବର୍ଥୀ ଡାକ୍ତର ମାନେ ବାହାରୁ ମେଡ଼ିସିନ କିଣିବାକୁ ପରାମର୍ଶ ଦେଉଥିବା ଆଗରୁ ଅନେକ ଥର ଲୋକ ଲୋଚନକୁ ଆସିବା ପରେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ଉକ୍ତ ସମସ୍ୟା ଅଦ୍ୟାବଧି ସମାଧାନ ହୋଇପାରିନାହିଁ |ଏଭଳି ସମସ୍ୟାର ସମାଧାନ ଏବଂ ସ୍ବର୍ଥୀ ଡାକ୍ତରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଜେ ରୋଗୀ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ନ୍ୟାୟାଧୀଶ ସମର୍ଥ ବର୍ମା ଜୀଙ୍କୁ ତାଙ୍କ ୱାଟସାପ ରେ ଲିଖିତ ଅଭିଯୋଗ ପ୍ରେରଣ କରିଛନ୍ତି |ଏବେ କେବଳ ଅପେକ୍ଷା ପୁରୀ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଭଳି ସମସ୍ୟାର ସମାଧାନ ନିମନ୍ତେ ଏବଂ ସ୍ବର୍ଥୀ ଡାକ୍ତରଙ୍କ ବିରୁଦ୍ଧରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି |

Leave a Reply

Your email address will not be published.