ଖଇରା,(ନାଗରାଜ ନ୍ୟୁଜ ): ବାଲେଶ୍ଵରରୁ ପ୍ରକାଶିତ ଦୈନିକ ଖବରକାଗଜ ଅପରାହ୍ନ ପକ୍ଷରୁ ରବିବାର ଖଇରା ସାମ୍ବାଦିକ ପ୍ରକୋଷ୍ଠରେ ବନ୍ଧୁମିଳନ ଏବଂ ସାମ୍ବାଦିକ ଏକତା ସମ୍ବଧିୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି . ଅପରାହ୍ନ କାଗଜ ର ସମ୍ପାଦକ ବଂଶୀଧର ଜେନା ଙ୍କ ସଭାପତିତ୍ୱ କରିବା ସହ ସାମ୍ପ୍ରତିକ ପରିସ୍ଥିତିର ସାମ୍ବାଦିକ ମାନଙ୍କୁ ସବୁସ୍ତରରେ ଉପେକ୍ଷା କରାଯାଉଛି . ଖଇରା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ ବିଶିଷ୍ଟ ବକ୍ତା ଭାବେ ଯୋଗ ଦେଇ ସାମ୍ବାଦିକ ବୃତ୍ତି କୁ କେବଳ ସ୍ୱାଭିମାନ ବ୍ୟକ୍ତି ହି ତୁଲାଇ ପାରିବେ . ଏଣୁ ଏହାକୁ ରୋଜଗାରର ପନ୍ଥା ନ ଭାବି ନିଶା ବୋଲି ବିବେଚନା କରି ଆଗେଇବାକୁ ପଡିବ . ସିକ୍ୟାବିତ ବୁଦ୍ଧିରାମ ପାଣିଗ୍ରାହୀ ଓୟୁଯେ ର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଅନାମ ଚରଣ ପଣ୍ଡା,ଖଇରା ସାମ୍ବାଦିକ ସଙ୍ଘ ର ସଭାପତି ଉତ୍କଳବନ୍ଧୁ ପଣ୍ଡା,ଅପରାହ୍ନ ର ସହ ସମ୍ପାଦକ ଜୋତିରମୟୀ ଶତପଥୀ,ପ୍ରକାଶିକା ଲଷ୍ମୀପ୍ରିୟା ଦାସ,ପ୍ରମୂଖ ବକ୍ତବ୍ୟ ଦେଇଥିଲେ . ଉପସ୍ଥିତ ଥିବା ଖଇରା ସାମ୍ବାଦିକ ସଙ୍ଘ ର ସମ୍ପାଦକ ବଳରାମ ଲେଙ୍କା,ଛାୟାକାନ୍ତ ମହାନ୍ତି,ଲୋଚନ ରାଉତ,ପଦ୍ମଲୋଚନ ଦାସ,ପ୍ରମୁଖ ସାମ୍ବାଦିକ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ,ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ଅନାମ ଚରଣ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଜିଥିଲା,ଲୋଚନ ରାଉତ,ନରେନ୍ଦ୍ର ପ୍ରସାଦ ବେହେରା,ତପୋଧନ ବାରିକ,ରଘୁନାଥ ସାମଲ,ଗୌତମ ମୁଖୀ,ଦେବବ୍ରତ ଦାସ,ଦୟାନିଧି ମହାପାତ୍ର,ବିସ୍ମୟ ବେହେରା,ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ .
ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ