କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ମେଗା ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଆୟୋଜିତ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଇଟାଭାଟି, କେନାଲ ବନ୍ଧ ବସ୍ତି, ଆଦିବାସୀ ବସ୍ତି ଓ ଲାଇନ୍ ସାହି ସମେତ ସିତାନାଥ ମୁଣ୍ଡା ବସ୍ତିରେ ଆଜି କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ ମେଗା ଆର୍ଟ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ପିଲାମାନଙ୍କ ମୁହଁରେ ହସ ଫୁଟାଇବା ଓ ସେମାନଙ୍କୁ ଶିକ୍ଷାମାଧ୍ୟମରେ ସମାଜର ମୁଖ୍ୟ ସ୍ୱର୍ତ୍ତରେ ସାମିଲ କରିବା ଅନୁ‌ଷ୍ଠାନର ମୂଳ ଲକ୍ଷ ଅଟେ । ଆଜି ମଧ୍ୟାହ୍ନରେ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ବସ୍ତିରେ ପହଞ୍ଚି ପାଠ୍ୟ ଉପକରଣ, ସୁଖିଲା ଖାଦ୍ୟ, ନିତିଦିନ ବ୍ୟବହାର ଉପଯୋଗୀ ଜିନିଷ ଓ ପୋଷାକ ବଣ୍ଟନକରିଥିଲେ ।

ଏହି କାର୍ଯ୍ୟକ୍ରମରେ ବସ୍ତିବାସିନ୍ଦା ସହ ମିଶି ମଧ୍ୟାହ୍ନ ଭୋଜନର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଫାଉଣ୍ଡେସନ୍‌ର ସଭାପତି ଡା. ସୁଶାନ୍ତ ଦାସ, ସଂପାଦକ ବିଦ୍ୟାଧର ବାରିକ, ସେବିକା ଜି.ସିବାନୀ, ବରିଷ୍ଠ ସଭ୍ୟ ସୁକାନ୍ତ ରାଉତ, ସତ୍ୟଜିତ ରାଉତ, ବିଚିତ୍ର କୁମାର ଓଝା, ପବନକୁମାର ପରିଡ଼ା, ସଂଗ୍ରାମ କିଶୋର ଦାସ ଓ ଦୁଷ୍ମନ୍ତ ଜେନା ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published.