ଖଙ୍କିରା ପଞ୍ଚାୟତରେ ମେଗାଜଳ ଯୋଗାଣ ପ୍ରକଳ୍ପ ଧର୍ମକୁ ଆଖି ଠାର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗଁଦିଆ ବ୍ଲକ ଖଙ୍କିରା ପଞ୍ଚାୟତରେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ଧର୍ମକୁ ଆଖି ଠାର ଭଳି ଏଠାରେ ସୂଚନାଯୋଗ୍ୟଯେ ଖଙ୍କିରାଠାରୁ କଳକଳା ( ଯାଜପୁର) ସଂଯୋଗୀକରଣ କୁହୁରିପାଟଣା ଆଦିବାସୀ ଅଂଚଳରେ ଦେଖିବାକୁ ମିଳିଛି ଏହାର ସତ୍ୟାସତ,I ଏହି କଳକଳା ସଂଯୋଗୀକରଣ ରାସ୍ତା ସିଙ୍ଗଲ ରୁଟ ହୋଇଥିବାବେଳେ ଗୋଟିଏ ଦିନରେ ମନଇଛା ଏହି ରାସ୍ତାକୁ ଖୋଳି ଦେଇ ବିନା ସୂଚନାରେ ରାସ୍ତା ଅବରୋଧ କରି ଜନସାଧାରଣଙ୍କୁ ହଇରାଣ ହରକତ କରାଯାଉଅଛି। ଯାଜପୁର ପଟୁ ଆସୁଥିବା ଗାଡି ମଟର କୁ ରାସ୍ତା ଅବରୋଧ କରି ଫେରାଇ ଦିଆଯାଉଅଛି।ବିନା ସୂଚନା ଫଳକ ତଥା କୌଣସି ସୂଚନାନ ଦେଇ ରାସ୍ତା ଅବରୋଧ କରି ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୋଟିଏ ଦିନରେ ମନଇଛା ଏତେ ପରିମାଣରଖୋଳାଯାଇ ଠିକ ଲେବୁଲ ତଥା ଯେତିକି ପରିମାଣର ଗାତ ଖୋଳିବା କଥା ସେତିକି ନକରି ମନଇଛାଖୋଳା ଯାଉଅଛି।ମାଟି ତଳକୁ ୩ ଫୁଟ ଖୋଲିବାର ନିୟମ ଥିବା ବେଳେ ଖାଲି ଉପରୁ ରାମ୍ପି ଦେଇ ଶିଘ୍ର ଶିଘ୍ର ପାଇପା ବିଛେଇ ଏହି କୁହୁରି ପାଟଣା ଜନସାଧାରଣଙ୍କୁ ଠକିବା ପାଇଁ ଚାଲିଛି ଧର୍ମକୁ ଆଖି ଠାର ନ୍ୟାୟରେ ମେଘାଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ। ଏହି ଦିଗରେ ଜିଲ୍ଲାପାଳ ଦୃଷ୍ଟିଦେବାକୁ ବୃଦ୍ଧିଜିବି ମହଲରୁ ଦାବୀ ଓ ଅନୁରୋଧ କରାଯାଉଅଛି।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.