ବଲାଙ୍ଗିର ନୂଆପଡା ଭାୟା ପାଟଣାଗଡ ଚୂଡ଼ାପାଲି ଖପ୍ରାଖୋଲ ନୂତନ ରେଳ ଲାଇନ ଦାବିରେ ରେଳ ମନ୍ତ୍ରୀଙ୍କୁ ସ୍ମାରକପତ୍ର


ବଲାଙ୍ଗିର, (ନାଗରାଜ‌ ନ୍ୟୁଜ): ବିଜେପିର ଜନ ଆଶୀର୍ବାଦ ଯାତ୍ରା ଉପଲକ୍ଷେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ପାଟଣାଗଡ଼ ଠାରେ ପାଟଣାଗଡ଼ ସିଟିଜେନ କମିଟି ତରଫରୁ ପ୍ରସ୍ତାବିତ ବଲାଙ୍ଗିର ନୂଆପଡା ଭାୟା ପାଟଣାଗଡ ଚୂଡ଼ାପାଲି ଖପ୍ରାଖୋଲ ଲଖନା ନୂତନ ରେଳ ଲାଇନ ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

କମିଟିର ସଭାପତି ଘନଶ୍ୟାମ ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ବାଗତ ଜଣାଇଥିଲେ । ରାୟପୁର ଭୁବନେଶ୍ୱର ଭାୟା ନୂଆପଡା ଲଖନା ଖପ୍ରାଖୋଲ ପାଟଣାଗଡ ଚୂଡ଼ାପାଲି ବଲାଙ୍ଗିର ସୋନପୁର ଖୋର୍ଦ୍ଧା ଭୁବନେଶ୍ୱରର ଫିଜିବିଲିଟି ରହିଛି । ଏହି ରେଲୱେ ରାସ୍ତା ସିଧାସଳଖ ରାୟପୁରରୁ ଭୁବନେଶ୍ୱରକୁ ସଂଯୋଗ କରିବ ।

କମ ସମୟ ଏବଂ କମ ଖର୍ଚ୍ଚରେ ଯାତ୍ରୀ, ବ୍ୟବସାୟୀ,ଏବଂ ମାଲ ପରିବହନ ପାଇଁ ରେଲୱେର ଲାଭଜନକ ରେଳ ଲାଇନ ହୋଇପାରିବ ବୋଲି ସିଟିଜେନ କମିଟି ତରଫରୁ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ବିଜେପି ଦଳ ପକ୍ଷରୁ ସ୍ଵାଗତ ସମ୍ୱର୍ଦ୍ଧନା ଦିଆଯାଇଛି । ଗଙ୍ଗାସାଗର ଠାରୁ ମନ୍ତ୍ରୀଙ୍କୁ ପାଛୋଟି ଆଣି ଏକ ବାଇକ ରାଲି କରାଯାଇ ପରେ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହାପରେ ରାଜଖମାର ଠାରେ କିଛି ସମୟ ରହିଥିଲେ । ମନ୍ତ୍ରୀଙ୍କ ସହ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ଓ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଅଞ୍ଚଳର ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published.