କଟକର ବିଭିନ୍ନ ମିଠା ଦୋକାନରେ ମହାନଗର ନିଗମ ଫୁଡ୍ ସ୍କ୍ୱାଡର ରେଡ୍

କଟକ,(ନାଗରାଜ ନ୍ୟୁଜ):କଟକର ବିଭିନ୍ନ ମିଠା ଦୋକାନରେ ମହାନଗର ନିଗମ ଫୁଡ୍ ସ୍କ୍ୱାଡ ର ରେଡ୍। ଏହି ସମୟରେ ବହୁ ବାସି ମିଠା ଓ ମିଠା ରେ ରଙ୍ଗ ମିଶାଯାଇଥିବା ଜବତ କଲା ଫୁଡ୍ ସ୍କ୍ୱାର୍ଡ। ଆଗକୁ ଦୁର୍ଗା ପୂଜା ଆସୁଥିବାରୁ ଏହି ସମୟରେ ମିଠା ବିକ୍ରି ଅଧିକ ହୁଏ ତେଣୁ ଏହାକୁ ନଜରରେ ରଖି ଲୋକେ କିଭଳି ଅସ୍ୱାସ୍ଥ୍ୟକର ଜିନିଷ ନ ଖାଇବ ତେଣୁ ଏହି ରେଡ୍ କିରିଛି ସିଏମସି । କିଛି ଦୋକାନ ସିଲ୍ କରାଯିବା ସହ ଅନେକ ଦୋକାନ ମାଲିକଙ୍କୁ ତାଗିଦ୍ କରିଛି ସିଏମସିର ସ୍ୱାସ୍ଥ୍ୟ ବିଭାଗ ।

ଆସୁଛି ଦୁର୍ଗାପୂଜା । ସମସ୍ତେ ଖୁସି ରେ ମସଗୁଲ । ଆଉ ଏହି ଖୁସିର କୁ ବୟାନ କରିବା ପାଇଁ ମିଠା ଖୁଆଇ ସମସ୍ତେ ଏହି ପର୍ବ ରେ ହୋଇଥାନ୍ତି ଆନନ୍ଦିତ। ହେଲେ ଟିକେ ନଜର ପକାନ୍ତୁ ଯେଉଁ ମିଠାକୁ ଆପଣ ଖାଇବେ ତାହା କେତେ ସ୍ୱାସ୍ଥ୍ୟକର । ଉପରକୁ ଦେଖାଯାଉଥିବା ସୁନ୍ଦର ମିଠା ଭିତରର ରେ କଣ ରହିଛି । ମହାକାଳ ଫଳ ସଦୃଶ୍ୟ ଏହି ମିଠା । ଯାହା ଉପରକୁ ଭଲ ଓ ଭିତର ଖରାପ । ବିଭିନ୍ନ ରଙ୍ଗ ଓ ବାସୀ ସାମଗ୍ରୀ ତିଆରି ହେଉଛି ମିଠା । ଯାହାକୁ ନେଇ ଆଜି ସିଏମସି କଟକ ର ବିଭିନ୍ନ ମିଠା ଦୋକାନ ରେ କରିଛି ଚଢ଼ାଉ । ଆଗକୁ ପୂଜା ପାର୍ବଣ ର ସମୟ ଆସୁଥିବା ହେତୁ କଟକ ର ପ୍ରମୁଖ ମିଠା ଦୋକାନ ଉପରେ ଆଜି ଅତର୍କିତ ଚଢ଼ାଉ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ। ଅନେକ ଦୋକାନ କୁ ତାଗିଦ କରିବା ସହ କିଛି ଦୋକାନ ମଧ୍ୟ ସିଲ କରିଛି ବିଭାଗ।

ଅନ୍ୟପଟେ ବର୍ଷ ବର୍ଷ ଧରି ଏହି ମିଠା ବ୍ୟବସାୟରେ ଅନେକ ଲାଭବାନ ହୋଇଥାନ୍ତି ବ୍ୟବସାୟି। ହେଲେ ଏହି ଲାଭବାନ ପଛରେ କେତେ ଯେ ସ୍ୱାସ୍ଥ୍ୟ ଖରାପ ହେଉଥିବ ତାହା କଳନା କରିବା ଅସମ୍ଭବ। ତେବେ ବିନା ଲାଇସେନ୍ସରେ କିପରି ବର୍ଷ ବର୍ଷ ଧରି ବ୍ୟବସାୟ କରି ଆସୁଥିଲେ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଅନ୍ୟପଟେ ଏହି ସିଏମସି ଏହି ଚଢ଼ାଉ ପ୍ରକ୍ରିୟା ନିଶ୍ଚୟ ସଚେତନତା ଓ ପରିବର୍ତନ ଦିଗକୁ ଆହୁରି ମଜଭୁତ କରିବ ବୋଲି କହିଛନ୍ତି ବ୍ୟବସାୟୀ ।କେବଳ ପାର୍ବଣ ସମୟରେ ନୁହେଁ ବରଂ ରୀତିମତ ଭାବରେ ସିଏମସି ର ଆକ୍ସନ ମୁଡ ଜାରି ରହିଲେ ନିଶ୍ଚୟ ସହର ରୁ ଅପମିଶ୍ରିତ ଖାଦ୍ୟ ଉପରେ ଲାଗି ପାରନ୍ତା ରୋକ ।

Leave a Reply

Your email address will not be published.