ମିନତୀ ସେଠୀ ହେଲେ ଯଶପଡା ପଞ୍ଚାୟତର ସରପଞ୍ଚ

କଟକ, (ନାଗରାଜ ନ୍ୟୁଜ): ମିନତୀ ସେଠୀ ହେଲେ ଯଶପଡା ପଞ୍ଚାୟତର ସରପଞ୍ଚ । ଏ ନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇଛି। ଗତକାଲି କଟକ ସଦର ବ୍ଲକ୍ ର ଯଶପଡା ପଞ୍ଚାୟତରେ ଉପ ନିର୍ବାଚନ ହୋଇଥିଲା। ଉପ ନିର୍ବାଚନରେ ପଞ୍ଚାୟତରେ ମୋଟ୍ ୪ ଜଣ ସରପଞ୍ଚ ପ୍ରାର୍ଥୀନୀ ମଇଦାନକୁ ଓହ୍ଲାଇଥିଲେ। ଗତ କାଲି ଶାନ୍ତି ସୂର୍ଙ୍ଖଳା ସହ ଭୋଟ୍ ଗ୍ରହଣ ଶେଷ ହେବା ପରେ ଆଜି ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଛି । ବ୍ଲକ କର୍ତ୍ତୁପକ୍ଷ ତଥା ନିର୍ବାଚନ ଅଧିକାରୀ ଙ୍କ ଘୋଷଣା ମୁତାବକ ଶେଷ ପର୍ଯ୍ୟାୟରେ ସମସ୍ତଙ୍କୁ ପଛରେ ପକାଇ ମମତା ସେଠୀ ୮୮୯ ଖଣ୍ଡ ଭୋଟ୍ ରେ ବିଜୟ ହାସଲ କରିଥିଲେ। ମମତା ସେଠୀ ସର୍ବମୋଟ ୧୫୩୩ ଖଣ୍ଡ ଭୋଟ୍ ପାଇଛନ୍ତି। ବିଜୟ ସରପଞ୍ଚ ପ୍ରାର୍ଥୀନିଙ୍କ ପାଇଁ ତାଙ୍କ ଦଳର କର୍ମୀ ଓ ନେତାମାନେ ବିଜୟ ଉତ୍ସବ ପାଳନ କରିଛନ୍ତି। ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚଙ୍କ ପ୍ରାର୍ଥୀନୀ ଭାବେ ମମତା ସେଠୀ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ଜିତି ଥିବାରୁ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଏବଂ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛନ୍ତି ଦଳୀୟ ନେତାମାନେ। ଗତ ତ୍ରିସ୍ତରୀୟ ନିର୍ବାଚନରେ ଉକ୍ତ ପଞ୍ଚାୟତରେ ଜଣେ ସରପଞ୍ଚ ପ୍ରାର୍ଥୀନିଙ୍କ ଅକସ୍ମାତ ମୃତ୍ୟୁ ହେବା ପରେ ସରପଞ୍ଚ ପଦବୀ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ତେବେ ନିର୍ବାଚନ କମିସନଙ୍କ ଘୋଷଣା ପରେ ଭୋଟ୍ ଦିନ ଧାର୍ଯ୍ୟ ହେବା ପରେ ସମ୍ପୃକ୍ତ ପଞ୍ଚାୟତରେ ଭୋଟ୍ ଗ୍ରହଣ କରାଯାଇଥିଲା। ତେବେ ଆଜି ବିଜୟ ସରପଞ୍ଚ ପ୍ରାର୍ଥୀନିଙ୍କ ନାମ ଘୋଷଣା ସରିଯାଇଥିବା ବେଳ ଆସନ୍ତା ୩୧ ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛନ୍ତି ବ୍ଲକ ବିଡିଓ ରାଜୀବ ଲୋଚନ ପରିଡ଼ା ।

Leave a Reply

Your email address will not be published.