ମିଶନଶକ୍ତି ପାନ୍ଥ ନିବାସ ଓ କାଫେ ଉଦଘାଟିତ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ମିଶନଶକ୍ତି ପାନ୍ଥ ନିବାସ ଓ କାଫେ ସୋମବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ବିଧାୟକ ସରୋଜ ମେହେର , ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ,ଉପାଧ୍ୟକ୍ଷା ମିଥିଲା ମାଝୀ , ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା , ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ମହାଜନ ,ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ , ଖପ୍ରାଖୋଲ ବ୍ଲକ ଅଧାକ୍ଷା ନିରୁପମା ପଟେଲ , ସହକାରୀ ଯନ୍ତ୍ରୀ ସୋମ୍ୟ କିଶୋର ଜୟପୁରିଆ , ଜିଲ୍ଲା ପରିଷଦ ସଭ୍ୟ ଜୋନ ୪- ପ୍ରମିଳା ପାଥର , ଜୋନ ୩- ସଂଯୁକ୍ତ ମେହେର ପ୍ରମୁଖ ଯୋଗଦେଇଥିଲେ ।ହରିଶଙ୍କର ଠାରେ ଥିବା ପାନ୍ଥ ନିବାସ କୁ ପରିବର୍ତ୍ତିତ କରି ପର୍ଯ୍ୟଟକଙ୍କ ରହିବା ଖାଇବା ପାଇଁ ଉତ୍ତମ ମାନର ବ୍ୟବସ୍ଥା ସହ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା ର ଉଦଘାଟନ କରିଥିଲେ । ମିଶନଶକ୍ତି ଜରିଆରେ ମହିଳା ଏସଏଚଜି ମାନଙ୍କୁ ସଶକ୍ତ କରି ପନ୍ଥାନିବାସ ଓ କାଫେ ର ଦାଇତ୍ୱ ହସ୍ତାନ୍ତର କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନାନ୍ଦୁପଲା ସରପଞ୍ଚ ନେଳେନ୍ଦ୍ରୀ ପୁଝରୀ , ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ସୁମନ ତ୍ରିବେଦୀ , ଜେଇ ସୂର୍ଯ୍ୟଭାନୁ ମେହେର , ପିଇଓ ଖୀରଧର ବରିହା , ମାନସ ଠାକୁର ,ବଳରାମ ବେହେରା ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.