ଜେଭିସିସିଇ କମ୍ପ୍ୟୁଟର କେନ୍ଦ୍ରର ଗଣେଶ ପୂଜାରେ ଯୋଗଦେଲେ ବିଧାୟକ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ସବରେଜିଷ୍ଟ୍ରାର ଅଫିସ୍ ନିକଟସ୍ଥ ଜେଭିସିସିଇ କମ୍ପ୍ୟୁଟର କେନ୍ଦ୍ରରେ ପବିତ୍ର ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ସଞ୍ଚାଳକ ଧନଞ୍ଜୟ ପଣ୍ଡାଙ୍କ ଦ୍ବାରା ଆୟୋଜିତ ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେଥିପାଇଁ ପୂର୍ବ ଦିନରୁ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଓ ସଂଚାଳକଙ୍କ ପରିବାର ଲାଗି ପଡିଥିଲେ । ଉକ୍ତ ପୂଜାରେ ଯୋଗଦା ପାଇଁ ସଂଚାଳକ ଶ୍ରୀ ପଣ୍ଡା ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କୁ ଅନୁରୋଧ କରିଥିଲେ । ଯାହାହେଉ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ କେନ୍ଦ୍ରର ଅନୁରୋଧ ରକ୍ଷାକରି ପହଞ୍ଚି ଥିଲେ ମାନ୍ଯବର ବିଧାୟକ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ କମ୍ପ୍ୟୁଟର ଜ୍ଞାନର ବୃଦ୍ଧି ନିମନ୍ତେ ସୁନ୍ଦର, ଶିକ୍ଷଣୀୟ ଓ ଉପାଦେୟ ମୂଳକ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ପୂର୍ବତନ ଖଇରା ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ମାଳତୀ ଲତା ସେଠୀଙ୍କ ପ୍ରତିନିଧି ସୁଦର୍ଶନ ସେଠୀ ଓ ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ମଞ୍ଚାସୀନ ଥିଲେ । ସଂଚାଳକଙ୍କ ନୂତନ ବିଦ୍ୟାଳୟ ଖୋଲିବା ପ୍ରୟାସକୁ ସ୍ବାଗତ କରିଥିଲେ ମାନ୍ଯବର ବିଧାୟକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.