ପାଟଣାଗଡ଼,( ନାଗରାଜ ନ୍ୟୁଜ): ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଦୁଇ ଦିନ ହେବ ଲଗାତାର ଭାବେ ରେ ସହର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ବିଧାୟକ ଶ୍ରୀ ମେହେର ପାଟଣାଗଡ ରାମପାଲି ଠାରେ ନିର୍ମାଣ ହେଉଥିବା ଅଣୁଜୈଵସାର ବିଶୋଧନ କେନ୍ଦ୍ର କୁ ଯାଇ ତଦାରଖ କରିବା ସହ ଆବଶ୍ୟକ କାର୍ଯ୍ୟକ୍ଷମ କାର୍ଯ୍ୟକ୍ଷମତା ଉପରେ କିପରି ଭାବରେ ଯଥା ପ୍ରକ୍ରିୟାକରଣ ହେବ ତାହାରି ଅନୁଧ୍ୟାନ କରିଥିଲେ । ପରେ ବିଧାୟକ ଶ୍ରୀ ମେହେର ଫେରିବା ବାଟରେ ରାମପାଲି ସ୍ଥିତ ଅନ୍ମେଷା ଛାତ୍ରୀନିବାସ କୁ ଅଚାନକ ପରିଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ସହରାଞ୍ଚଳ ଶିକ୍ଷା ଯୋଜନାରେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ଇଂଲିଶ ମ୍ୟାଡିୟମ ସ୍କୁଲ ରେ ପାଠପଢ଼ିବା ରହିବା ଖାଇବା ର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଅନ୍ମେଷା ଛାତ୍ରୀନିବାସ ଆଦିବାସୀ ଛାତ୍ର ଛାତ୍ରୀ (ଅନ୍ତେବାସୀ)ଙ୍କ ସହିତ ବିଧାୟକ ଶ୍ରୀ ମେହେର କିଛି ସମୟ ଭାବ ଆଦାନ ପ୍ରଦାନ ସହ ସେମାନଙ୍କ ସହ କିଛି ସମୟ ବିତାଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ସହ ଖାଦ୍ୟ , ସ୍ବଚ୍ଛପାନୀୟଜଳ ବିଷୟରେ ଛାତ୍ରୀନିବାସ ଦାୟିତ୍ବ ରେ ଥିବା ୱ।ଡେନ ଙ୍କୁ ପଚାରି ବୁଝିଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଏକ ଉଚ୍ଚ ପାଣି ଟାଙ୍କି ଓ ପାଣିଫିଲଟର ନିଜ ବିଧାୟକ ପାଣ୍ଠିରୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ପାଟଣାଗଡ଼ରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ