ଦେଓଗାଁ ପଂଚାୟତରେ ମୋ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଂଚାୟତରେ ମୋ ପଞ୍ଚାୟତ କାର୍ଯ୍ୟକ୍ରମ ସରପଞ୍ଚ ବିଜୟ କୁମାର ଦେହୁରୀ ଙ୍କର ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟଅତିଥି ଭାବରେ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଓ ସମ୍ମାନିତ ଅତିଥି ଭାବରେ କପିଳାଶବନାଅଞ୍ଚଳ ଅଧିକାରି ତରୁଣ କାନ୍ତ ମହାନ୍ତି ପ୍ରମୁଖ ଯୋଗଦାନ କରି ସରକାରଙ୍କପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ
ଜନହିତକାରୀ ଯୋଜନା ଗୁଡିକର ସୁଫଳକିପରି ସମାଜର ପ୍ରତ୍ୟକ ବର୍ଗର ହିତାଧିକାରୀ ପାଇପାରିବେ ତାହାସମସ୍ତ ବିଭାଗୀୟ ସରକାରୀ କର୍ମଚାରୀ ମାନେ ଏହାକୁ ନିଷ୍ଠାର ସହିତ ପାଳନ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ ତତ ସହିତ ଯେପରି ଦାରିଦ୍ର୍ସୀମାରେଖାତଳେ ଥିବା ସାଧାରଣ ମଣିଷ ଟିଏ ଏଥିରୁ ବଞ୍ଚିତ ନହୁଏ ସେଥିନିମନ୍ତେ ସମସ୍ତ କର୍ମଚାରୀ ମାନେ ନିଷ୍ଠାର ସହିତ କର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ଉକ୍ତ ପଞ୍ଚାୟତ ଅଧିନସ୍ଥ ସମସ୍ତ ସରକାରୀ ଅନୁଷ୍ଠାନସ୍ୱାସ୍ଥ୍ୟ ବିଭାଗ କପିଳାଶ ବିଟହାଉସ ପୋଲିସ କର୍ମଚାରୀ ଅଙ୍ଗନବାଡି କର୍ମୀ ରାଜସ୍ୱ ବିଭାଗ ସହ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ଢେଙ୍କାନାଳ ଜିଲ୍ଲାପାଳ ଙ୍କଦ୍ୱାରା ସମ୍ମାନିତ ଶିକ୍ଷକ ସୁଦର୍ଶନ ପରିଡ଼ା ଙ୍କୁ ସରପଞ୍ଚ ଶ୍ରୀ ଦେହୁରୀ ପୁଷ୍ପଗୁଚ୍ଛ ସହଉତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.