ମୋବାଇଲ ଫେରସ୍ତ ମେଳା

କଟକ,(ନାଗରାଜ ନ୍ୟୁଜ): କଟକ ଡିସିପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା ମୋବାଇଲ ଫେରସ୍ତ ମେଳା। ଯେଉଁଥିରେ କି ଅଭିଯୋଗ କରିଥିବା ମୋବାଇଲ ମାଲିକମାନେ ଉପସ୍ଥିତ ରହିଥିଲେ। ଚୋରି ବା ଲୁଟ୍ ହୋଇଯାଇଥିବା ମୋବାଇଲ ଗୁଡିକୁ ଲୁଟେରାମାନଙ୍କ ଠାରୁ ଉଦ୍ଧାର କରି ମେଳା ମାଧ୍ୟମରେ ଲୋକଙ୍କୁ ଫେରସ୍ତ କରାଯାଇଛି। ସହରର ପ୍ରତ୍ୟକଟି ଥାନାରେ ସିସିଟିଭି ଏବଂ ଲୁଟେରାମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର। ମୋବାଇଲ ଚୋରି ସମ୍ପର୍କିତ ଅଭିଯୋଗ ଆସିଲେ ତାହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଡିସିପି ।ତେବେ ମୋବାଇଲ ବ୍ୟବହାର ଉପରେ ମଧ୍ୟ ସଚେତନତା ଜାରି କରିଛି ପୋଲିସ। ମୋବାଇଲ ଅନ୍ୟ ସ୍ଥାନରେ ନ ରଖି ନିଜ ପାଖରେ ନ ରଖିଲେ ଏହିପରି ସମସ୍ୟା ସୃଷ୍ଟି ହେବ ବୋଲି କହିଛନ୍ତି ଡିସିପି। ଠିକ୍ ସେହିପରି ଗାଡି ଚଳାଇଥିବା ବେଳେ ମୋବାଇଲ ରେ ଗପିବା ଯୋଗୁଁ ଲୁଟେରାମାନେ ମୋବାଇଲ ଛଡାଇ ଚମ୍ପଟ ମାରୁଥିବା ସମ୍ଭାବନା ଥିବାରୁ ସଦାବେଳେ ସତର୍କ ରହିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଡିସିପି। ଏହି ମେଳାରେ ଆଡିସନାଲ୍ ଡିସିପି, ବିଭିନ୍ନ ଜୋନ୍ ଏସିପିଙ୍କ ସମେତ ସମସ୍ତ ଥାନାର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published.