ଅର୍ଥ ସାଜିଛି ବାଧକ, ସରକାରଙ୍କୁ ନିବେଦନ କରିଛନ୍ତି ପରିବାର

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଚଳର ଜଣେ ଦିନ ମଜୁରିଆ ପରିବାର ଉପରେ ମାଡ଼ିଆସିଛି ଦୁଃଖର ପାହାଡ଼ । ସାତ ବର୍ଷର ପୁଅ ରାଘବ ସୁନା ଜଟିଳ କିଡନି ରୋଗରେ ପୀଡିତ ହୋଇ ମେଡିକାଲରେ । ସବୁ ରୋଜଗାର, ସବୁ ସମ୍ପତ୍ତି ଖର୍ଚ୍ଚ କରି ସର୍ବସାନ୍ତ ହେବାପରେ ବି ଦିନକୁ ଦିନ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଛି । ବର୍ଷ ତମାମ ଭିବିନ୍ନ ସରକାରୀ ବେ ସରକାରୀ ଡାକ୍ତରଖାନା ବୁଲି ବୁଲି ନିରାଶ ହେବା ପରେ ପରିବାର ଲୋକଙ୍କ ଆଖିରୁ ଖାଲି ଲୁହ ବାହାରୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଗ୍ରାମ ଇଶ୍ୱର ସୁନାଙ୍କ ଘରେ । ଇଶ୍ୱର ସୁନା ଦିନ ମଜୁରିଆ ଭାବେ କାମ କରନ୍ତି, ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରନ୍ତି ।

ପୁଅକୁ ଭଲ କରିବା ପାଇଁ ଦିନ ରାତି ଏକ କରିକରି କାମ କରୁଛନ୍ତି। କଟକ ବଡ଼ ଡ଼ାକ୍ତରଖାନାରୁ ଆରମ୍ଭ କରି ବହୁ ସରକାରୀ ଡାକ୍ତରଖାନା ବୁଲି ବୁଲି ନୟାନ୍ତ ହେଇଗଲେଣି । ହେଲେ ପୁଅ ରାଘବର ଅବସ୍ଥା ଯେମିତି ଥିଲା ସେମିତି ଅଛି । ଯାହା ଅଳ୍ପକିଛି ଜମିବାଡ଼ି ଥିଲା ତାହା ପୁଅ ପାଇଁ ବିକ୍ରି କରିସାରିଛନ୍ତି । ଧାର କରଜ କରି ଚିକିତ୍ସା କରୁଛନ୍ତି ହେଲେ କୌଣସି ଫଳ ମିଳୁନାହିଁ । ରାଘବର ବୟସ ମାତ୍ର ୭ ବର୍ଷ, ଏହି କଅଁଳ ବୟସରେ ସେ କିଡନି ରୋଗରେ ପୀଡିତ । ଏବେ ଅସହାୟ ହୋଇ ସରକାରଙ୍କ ସହାୟତା ପାଇଁ ଆକୁଳ ନିବେଦେନ କରିଛନ୍ତି ପରିବାର ଲୋକେ। ରାଘବ କିମିତି ଭଲ ହେବ, କିଡନି ରୋଗରୁ ଆରୋଗ୍ୟ ହୋଇ ପୁଣି ସ୍ୱାଭାବିକ ଜୀବନ ଜୀଇଁବ ଚାହିଁ ବସିଛନ୍ତି ପରିବାର ।

Leave a Reply

Your email address will not be published.