ଦଲକି୍ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ୪୦ ରୁ ଉର୍ଦ୍ଧ୍ବ ଖଟିଖିଆ ଆଦିବାସୀ ଚାଷୀ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଳକ ଅଧିନରେ ଥିବା ଦଲକି୍ ଏସଆଇବି ବ୍ୟାଙ୍କ ମ୍ୟାନେଜରଙ୍କ ଚାଷୀ ମାରଣାନିତୀ ତଥା ଚାଷୀଙ୍କ ଋଣ ଟଙ୍କାକୁ ଚଞ୍ଚକତାକରି କୈଶଳକ୍ରମେ ବିଭିନ୍ନ ଖାତାକୁ ପ୍ରଥମେ ଟ୍ରାନ୍ସଫରକରି ଦଲାଲ୍ ମାଧ୍ୟମରେ ପରେ ସେହି ଟଙ୍କାକୁ ନିଜ ଖାତାକୁ ନେଇଯାଉଥିବା ଭଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦଲକି୍ ତଥା ଆଖପାଖ ଅଂଚଳର ୪୦ ରୁ ଉର୍ଦ୍ଧ୍ବ ଖଟିଖିଆ ଗରିବ ଆଦିବାସୀ ଚାଷୀ । ଖବର ନେବାରୁ ଜଣାଯାଇଛି ଯେ, ଦଲକି୍ ଏସବିଆଇ ଶାଖାର ମ୍ୟାନେଜର ବିଷ୍ଣୁ ଚରଣ ସାହୁ ଏହି ବ୍ୟାଙ୍କ୍ କୁ ବଦଳି ହୋଇ ଆସିବା ଦିନ ଠାରୁ କିଛି ଦଲାଲକୁ ହାତ ମୁଠାରେ ରଖି ନିରିହ ଆଦିବାସୀ ଚାଷୀଙ୍କୁ କୃଷି ରୁଣ କରାଇଦେଇ ତାଙ୍କ କମିସନ୍ ଦଲାଲ ମାଧ୍ୟମରେ ନେଉଛନ୍ତି । କୃଷି ରୁଣ ହୋଇଗଲା ପରେ ରୁଣଶୁଝିବାକୁ ଚାଷୀଙ୍କୁ ତାଗିଦ୍ କରୁଛନ୍ତି । ଚାଷୀ ଅଳ୍ପ ଅଳ୍ପ ରୁଣ ପରିଶୋଧ କରୁଥିଲେ ମଧ୍ୟ ରୁଣ କମିବା ପରିବର୍ତେ ଆହୁରି ଋଣ ହୁହୁ ବଢୁଥିବାର ଲୋକେ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ମ୍ୟାନେଜର ଚାଷୀଙ୍କୁ ଋଣ ରିନୁଏଲ୍ କରିବାକୁ କହୁଛନ୍ତି । ଚାଷୀ ଋଣ ରିନୁଏଲ୍କରୁଛନ୍ତି, ହେଲେ ମ୍ୟାନେଜର ମହାଶୟ ରିନୁଏଲ ର ବାକି ଟଙ୍କା ନିଜେ ନେଉଥିବା ର ଗୁରୁତର ଅଭିଯୋଗ ଆଣିଛନ୍ତି ।

ଲୋକଙ୍କ ସେଭିଙ୍ଗ ଆକାଉଣ୍ଟକୁ ଋଣ ଆକାଉଣ୍ଟରେ ଜଏଣ୍ଟ କରିଦେଉଥିବାରୁ ଯେତେବେଳେ ମଧ୍ୟ ଆକାଉଣ୍ଟରେ ଯାହା ଟଙ୍କା ପଡୁଛି । ସବୁ ଋଣ ବାବଦକୁ କରିଯାଉଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସାଙ୍ଗେ ସାଙ୍ଗେ ପରିବାର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡୁଥିବା କଥା ଲୋକେ ଆମ ପ୍ରତିନିଧି ଙ୍କୁ କରିଥିଲେ । ମ୍ୟାନେଜରଙ୍କ ଏହି ସବୁ କଳାକାରନାମା ପାଇଁ ଦଲକି୍ ଗ୍ରାମର ୪୦ ରୁ ଉର୍ଦ୍ଧ୍ବ ଗରିବ ଖଟିଖିଆ ଆଦିବାସୀ ଚାଷୀ ଗତକାଲି ରାୟବଗା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ, ଏବଂ ଦଲକି୍ ଏସବିଆଇ ମ୍ୟାନେଜର ଙ୍କୁ ଘୋର ବିରୋଧ କରିଥିଲେ । ପରେ ଖବରପାଇ ରାୟବଗାପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରାଇଥିଲେ । ଅନ୍ୟ ପକ୍ଷରେ ଏହି ମ୍ୟାନେଜର ଲୋକଙ୍କୁ ରୁଣକରାଇଦେବାର ମିଥ୍ୟା ପ୍ରତିଶୃତି ଦେଇଏସଆଇବି ଏଲଆଇସି ଖୋଲାଇ ଟଙ୍କା ଠକି ନେଇଥିବା ଏବଂ ରୁଣପାଇ ଅଗ୍ରୀମ ୨୫୦୦୦ ଟଙ୍କା ଲାଞ୍ଚ ମାଗିବା,ଲାଞ୍ଚ ଟଙ୍କା ନ ଦେବାରୁ ରୂଣ ମଞ୍ଜୁ ନକରି ବା ଭଲି ଅନେକ ଅଭିଯୋଗ ମାନ ରହିଛି।ଏ ସମ୍ପର୍କରେ ଗତ ଜୁଲାଇ ୨୭ ତାରିଖ ଦିନ ମଧ୍ୟ ମ୍ୟାନେଜର ଙ୍କ ନାମରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଆଜି ପୁଣି ଗ୍ରାମବାସୀ ରାୟବଗାଥାନାରେ ଲିଖିତ ଅଭିଯୋଗ କରିବା ସହିତ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ଏସଆଇବି ରିଜିଓନାଲ ଅଫିସର ଝାରସୁଗୁଡ଼ାଙ୍କୁ ମଧ୍ୟ ଜଣାଇଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published.