୧୬ ବର୍ଷିୟ ପୁଅକୁ ହତ୍ୟା କରିବା ଘଟଣା: ୧୨ ଦିନ ପରେ ଧରା ପଡିଲା ଅଭିଯୁକ୍ତ ବାପା

ବାରଙ୍ଗ, (ନାଗରାଜ ନ୍ୟୁଜ): ପୁଅକୁ ଗୁଳିକରି ହତ୍ୟା କରିବା ପରେ ୧୨ ଦିନ ଧରି ଫେରାର ଥିବା ଆଶମୀ ବାପା ଯଦୁ ମୁଣ୍ଡାକୁ ଗିରଫ କରିଛି ବାରଙ୍ଗ ଥାନା ପୁଲିସ । ବାରଙ୍ଗ ଥାନାରେ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ ଜେନ ୪ ଏସିପି ଚନ୍ଦନ କୁମାର ଘଡାଇ । ଗତ ୧୦ ତାରିଖରେ ମୁଣ୍ଡଳୀ ପଞ୍ଚାୟତର ବେଣ୍ଟୁଆ ଆଦିବାସୀ ବସ୍ତିର ଯଦୁ ମୁଣ୍ଡା ବାଇଗଣ ତୋଳାଳୁ କେନ୍ଦ୍ରକରି ୧୬ ବର୍ଷର ପୁଅକୁ ବନ୍ଧୁକରୁ ୨ ରାଉଣ୍ଡ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା । ସେ ବାରଙ୍ଗ ଥାନା ଅଞ୍ଚଳ ଭାଲୁଙ୍କା ଜଙ୍ଗଲରେ ବୁଲୁଥିବା ସୂଚନା ପାଇ ପୁଲିସ ଗିରଫ କରିଛି । ସେ ହତ୍ୟା କରିଥିବା ସ୍ୱୀକାର କରିବା ସହିତ ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗିଥିବା ବନ୍ଧୁକ ସମ୍ପର୍କରେ ସୂଚନା ଦେଇଥିଲା । ସେହି ବନ୍ଧୁକକୁ ପୁଲିସ ଜବତ କରିଛି । ଯଦୁ ମୁଣ୍ଡା ନାମରେ ହତ୍ୟା ଓ ବନ୍ଧୁକ ରଖିବା ଅଭିଯୋଗରେ ମକଦ୍ଧମା ରୁଜ କରି ତାକୁ କୋର୍ଟଚାଲାଣ କରାଯାଇଛି ବୋଲି କହିଛନ୍ତି ଏସିପି ।

Leave a Reply

Your email address will not be published.