ନୃସିଂହ ଜୟନ୍ତୀ ମହା ସମାରୋହରେ ପାଳିତ

କଟକ, (ନାଗରାଜ ନ୍ୟୁଜ): ଆଜି ହେଉଛି ନୃସିଂହଙ୍କ ଜନ୍ମ ଦିନ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ପୂର୍ବକଛ ଠାରେ ନୃସିଂହ ମନ୍ଦିର ଠାରେ ମହା ସମାରୋହରେ ପାଳିତ ହେଉଛି ଠାକୁରଙ୍କର ଜନ୍ମୋତ୍ସବ। ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଠାକୁରଙ୍କୁ ଦର୍ଶନ କରିବା ସହିତ ନିଜ ନିଜର ମନସ୍କାମନା ପୁରାଣ ପାଇଁ ଠାକୁରଙ୍କ ପାଖରେ ଆତ୍ମ୍ନିବେଦନ କରୁଛନ୍ତି ।ଆଜି ସକାଳ 6 ଘଟିକା ସମୟରେ ଠାକୁରଙ୍କର ଶହସ୍ରା ଭିସେକ୍ ସ୍ନାନଅର୍ଚ୍ଚନା କାର୍ଯ୍ୟ ସରିବା ପରେ ଭକ୍ତ ମାନଙ୍କୁ ଦର୍ଶନ ମିଳିଥିଲା। ପରେ ପରେ ମନ୍ଦିର ପ୍ରାଙ୍ଗଣରେ ନୃସିଂହ ଙ୍କ ବିଜ ମନ୍ତ୍ରରେ ଯଜ୍ଞ କାର୍ଯ୍ୟ ଚାଲିଥିବା ବେଳେ ସାରା ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟ କ୍ରମ ମାନ ପୀଠରେ ଅନୁଷ୍ଠିତ ହେଉଛି। ଉକ୍ତ କାର୍ଯୟକ୍ରମକୁ ଅନୁଷ୍ଠାନର ଟ୍ରଷ୍ଟ ବୋର୍ଡ ଏବଂ ଲକ୍ଷ୍ମୀ ନୃସିଂହ ଉନ୍ନୟନ ପରିଷଦର ମିଳିତ ଆନୁକୁଲ୍ୟରେ ଦର୍ଶନ ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ସଭାପତି ଧ୍ରୁବ ଚରଣ ବେହେରା ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ ପରିଷଦ ର କାର୍ଯ୍ୟ କର୍ତ୍ତା ମାନେ ସହ ଯୋଗ କରିଥିଲେ।ସନ୍ଧ୍ୟା ସମୟରେ ଯଜ୍ଞର ପୂର୍ଣ୍ଣାହୁତି କରାଯିବ।

Leave a Reply

Your email address will not be published.