ନବୀନ ପଟ୍ଟନାୟକଙ୍କ 76 ତମ ଜନ୍ମ ଦିନ ପାଳନ ଉତ୍ସବ

ଖଇରା,(ନାଗରାଜ ନ୍ୟୁଜ): ସାଢେ ଚାରି କୋଟି ଓଡିଆଙ୍କ ହୃଦୟ ର ମଉଡମଣି ଭାରତ ବର୍ଷ ର ଶ୍ରେଷ୍ଠ ପ୍ରଶାସକ , ଆଦର୍ଶ ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ଜନନେତା ସୁନାମଧନ୍ୟ ଲେଖକ ବିଶିଷ୍ଟ ରାଜନୀତିଜ୍ଞ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶାର ଲୋକପ୍ରିୟ ରାଜନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ତାଙ୍କ ୭୬ତମ ଜନ୍ମଦିନ କୁ ଅବିସ୍ମରଣୀୟ କରିବା ପାଇଁ ନୀଳଗିରି ବିଜୁ ଜନତା ଦଳ ତରଫରୁ ବୃକ୍ଷରୋପଣ,ରୋଗୀ ମାନଙ୍କୁ ଫଳବଣ୍ଟନ,ରକ୍ତଦାନ ଶିବିର କେସି ହାଇସ୍କୁଲ ପରିସରରେ ଅନୁଷ୍ଠିତହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଭାଇ, ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ୧୩ନଂଜୋନ ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ନନା, ନୀଳଗିରି ବିଜୁ ଜନତା ଦଳ ସଭାପତି ବିଜୟ ଲେଙ୍କା ଭାଇ ବାଲେଶ୍ଵର ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ତାପସ ପରିଡ଼ା ଭାଇ, ନୀଳଗିରି ବିଜୁ ଯୁବ ଜନତା ଦଳ ସଭାପତି ଧିରେନ୍ଦ୍ର ଲେଙ୍କା ଭାଇ, ନୀଳଗିରି ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ରାଜୁ ସ୍ଵାଇଁ ଭାଇ ଓ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.