କଟକ, (ନାଗରାଜ ନ୍ୟୁଜ): କଟକ ଅତିରିକ୍ତ ଦୌରା ଜଜ୍ ତଥା କଟକ ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା ଘଟଣାରେ ନେଇଛି ନୂଆ ମୋଡ. ମୃତ ଜଷ୍ଟିସ ଙ୍କ ପତ୍ନୀ ଅପରାଜିତା ରାୟ ଏବଂ ତାଙ୍କ ଶଳା ସର୍ବୋଦୟ ରାୟଙ୍କ ନାଁ ରେ ଏତଲା ଦେଲେ ପରିବାର ଲୋକେ । ଆଜି କଟକ CDA 7 ରେ ଥିବା ମର୍କତନଗର ଥାନା ରେ ପହଞ୍ଚି ମୃତ ସୁବାସ ବିହାରୀଙ୍କ ମା ତୁଳସୀ ବିହାରୀ , ଭଉଣୀ ,ମାମୁଁ , ଭାଇ ସୁବୋଧ ବିହାରୀ ମୃତ ଜଷ୍ଟିସ ଙ୍କ ପତ୍ନୀ ଏବଂ ଶଳା ନାମ ରେ ଥାନାର ଦ୍ୱାରସ୍ତ ହୋଇଛନ୍ତି । ମୃତ ଜଷ୍ଟିସ ଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ସୁବାସ ଙ୍କ ମୃତ ଶରୀର ନିଜ ଗ୍ରାମକୁ ପରିବାର ଲୋକଙ୍କୁ ଦେଖେଇ ନ ଦେଇ ସ୍ୱର୍ଗଦ୍ୱାର ରେ ଶେଷକୃତ ସମ୍ପନ୍ନ କରିଛନ୍ତି। ୧୫ ବର୍ଷ ହେବ ପରିବାର ଲୋକଙ୍କ ସହ ପତ୍ନୀ ଏବଂ ଶଳା ସୁବାସ ଙ୍କୁ ମିଶେଇ ଦେଉ ନ ଥିଲେ। ବାପା ଙ୍କ ଶ୍ରାଦ୍ଧ ରେ ଘରକୁ ଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମା ଙ୍କୁ । କିନ୍ତୁ ଗଲେ ନାହିଁ। ଆଜି ମୃତୁ ର କାରଣ ଜଣାପଡି ନ ଥିବା ବେଳେ ପତ୍ନୀ ଏବଂ ଶଳାଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ସୁବାଷଙ୍କ ପରିବାର ଲୋକେ।
ଅନ୍ୟପକ୍ଷରେ ଜଷ୍ଟିସ ୨୦୦୭ ରେ ଅପରାଜିତା ଙ୍କୁ ପ୍ରେମବିବାହ କରିଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ବିବାହର ୨/୩ ବର୍ଷ ଠିକ୍ ଠାକ୍ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ଭଲ ନ ଥିଲା। ଏପରିକି ନିଜ ପରିବାର ସହ ସମ୍ପର୍କ ସ୍ଥାପନ କରାଇ ଦେବାକୁ ଚାହୁଁ ନ ଥିଲେ ମୃତକଙ୍କ ପତ୍ନୀ ଅପରାଜିତା ରାୟ। ମୃତକ ଜଷ୍ଟିସ ତାଙ୍କ ବାସଭବନକୁ ଆସିବା ମନା କରି ନ ଥିଲେ ବି ଭାଉଜଙ୍କ ବ୍ୟବହାର ଯୋଗୁଁ ସେ ତାଙ୍କ ବାସଭବନକୁ ଯିବା ପାଇଁ ଇଛା କରୁ ନ ଥିଲେ ବୋଲି କହିଛନ୍ତି ଜଷ୍ଟିସ ଙ୍କ ଭାଇ। ପୋଲିସ ପ୍ରଶାସନ ଉପରେ ସମ୍ପୁର୍ଣ୍ଣ ଭରଷା ଅଛି ବୋଲି ପରିବାର ଲୋକେ କହିଛନ୍ତି। ତେବେ ପୁରାପୁରି ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ବିଧାନ ଦେବା ପାଇଁ କ୍ୟାମେରା ସମ୍ମୁଖରେ କାନ୍ଦି କାନ୍ଦି କହିଛନ୍ତି ଜଷ୍ଟିସ ସୁବାଷ ବିହାରୀଙ୍କ ମା। ଅନ୍ୟପକ୍ଷରେ ମର୍କତନଗର ଥାନା ପୋଲିସ ନିଜ ଆଡୁ ମାମଲାର ତଦନ୍ତ ଆରମ୍ଭ କରିଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାକୁ ଅପେକ୍ଷା କରିଛି ପୋଲିସ। ରିପୋର୍ଟ ଆସିଲା ପରେ ଘଟଣାର ଜୋରଦାର ତଦନ୍ତ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ବିଉଟି ମହାନ୍ତି। କଟକରେ ଜଣେ ବିଚାରପତିଙ୍କ ଆତ୍ମହତ୍ୟା ଘଟଣା ପ୍ରଥମ। ତେବେ ପୋଲିସ ଘଟଣାର ତଦନ୍ତ କେଉଁ ଦିଗକୁ ନେଉଛି ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।