ଓଡିଶା ହାଇକୋର୍ଟର ସ୍ଥାପନ ଦିବସ ପାଳିତ

କଟକ,(ନାଗରାଜ ନ୍ୟୁଜ): ଓଡିଶା ହାଇକୋର୍ଟ ପକ୍ଷରୁ ଆଜି ମଙ୍ଗଳବାର ଦିନ ଓଡିଶା ହାଇକୋର୍ଟର ସ୍ଥାପନ ଦିବସ ପାଳନ କରାଯାଇଛି l ଏହା ସହିତ ହାଇକୋର୍ଟର ପ୍ରଥମ ବିଚାରପତି ସ୍ବର୍ଗତ ବୀରକିଶୋର ରାୟ ଙ୍କର ସ୍ମୃତି ଦିବସ ପାଳନ କରାଯାଇଛି l 1948 ମସିହା ଜୁଲାଇ 26 ତାରିଖ ରେ ଓଡିଶା ହାଇକୋର୍ଟ ପ୍ରତିଷ୍ଠା କରାଯାଇଥିଲା l ସ୍ବର୍ଗତ ଜଷ୍ଟିସ ବିରକିଶୋର ରାୟ ସର୍ବ ପ୍ରଥମ ମୁଖ୍ୟ ବିଚାର ପତି ଭାବେ ଅବସ୍ଥାପିତ ଥିଲେ l ବର୍ତମାନ ହାଇକୋର୍ଟ ରେ ମୁଖ୍ୟବିଚାରପତି ସମେତ 20 ଜଣ ମୋଟ 21ଜଣ ବିଚାରପତି ଅବସ୍ଥାପିତ ଅଛନ୍ତି ଇତି ମଧ୍ୟ ରେ ହାଇକୋର୍ଟ 75 ବର୍ଷ ରେ ପଦାର୍ପଣ କରିଛି l ଆଜି ହାଇକୋର୍ଟ ପରିଷର ରେ ସ୍ବର୍ଗତ ରାୟ ଙ୍କ ର ପ୍ରତିମୂର୍ତ୍ତି କୁ ହାଇକୋର୍ଟ ର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ସ. ମୁରଲୀଧର,ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ଜଷ୍ଟିସ ସାବିତ୍ରୀ ରଥ,ଜଷ୍ଟିସ ସ କେ ମିଶ୍ର, ଜଷ୍ଟିସ ବିଶ୍ୱଜିତ ମହାନ୍ତି ପ୍ରମୁଖ ସ୍ବର୍ଗତ ରାୟ ଙ୍କ ର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଅପରାହ୍ନ ରେ ସ୍ବର୍ଗତ ଜଷ୍ଟିସ ବିରକିଶୋର ରାୟ ଙ୍କ ସ୍ମାରକୀ ପକ୍ଷ ରୁ ହାଇକୋର୍ଟ ବାରଆସୋସିଏ ପକ୍ଷରୁ ତାଙ୍କ ପୂଣ୍ୟତିଥି ରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଥିଲା l

ସ୍ମୃତି କମିଟି ର ସଭାପତି ସନାତନ ଦାସ ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ l ଜଷ୍ଟିସ ବି ଆର ଷଡ଼ଙ୍ଗୀ, ଆଡ଼ ଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଏବଂ ବାରସୋସିଏସନ ର ସଭାପତି କାଳି ପ୍ରଶନ୍ନ ମିଶ୍ର ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ରାୟ ଙ୍କ ର ସ୍ମୁତି ଚରଣ କରିଥିଲେ l ସ୍ମୁତି କମିଟି ର ସମ୍ପାଦକ ବିଜୟ କୁମାର ରାଗଡ଼l ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ବିଷୟ ରେ ସୂଚନା ଦେଇଥିଲେ l ସେହି ଭଳି ଓଡିଶା ଜୁଡ଼ିସିଆଲ ଏକାଡେମୀ ପକ୍ଷ ରୁ ହାଇକୋର୍ଟ ର 75 ବର୍ଷ ପୂର୍ତ୍ତ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ବିଚାରପତି ଡ଼ ଏସ ମୁରଲୀଧର 2001 ବର୍ଷ ଆଇନଜୀବି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l

Leave a Reply

Your email address will not be published.