ବାଲେଶ୍ଵର, (ନାଗରାଜ ନ୍ୟୁଜ): ବ୍ଲକ ଆଗରେ ମହିଳା ମାନଙ୍କର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ଖବର ସଂଗ୍ରହରୁ ଜଣାଯାଇଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ଗ୍ରାମ ପଞ୍ଚାୟତରେ ଥିବା ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ସଭାପତି ଓ ସମ୍ପାଦକ ଦୁଇ ଜଣ ମନଇଛା କାର୍ଯ୍ୟ କରୁଥିବାର ସଦସ୍ୟ ମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ସଦସ୍ୟ ମାନଙ୍କ ବିନା ପରାମର୍ଶରେ କାହିଁକି କାର୍ଯ୍ୟ ହେଉଛି ବୋଲି ସଦସ୍ୟ ମାନେ ପଚାରିବାରୁ ତୁମେ କିଏ, ତୁମର ଯଦି କିଛି ଜାଣିବାର ଅଛି ବିଡ଼ିଓଙ୍କୁ ପଚାରି ବୁଝ । ଯାହାର ପ୍ରତିବାଦରେ ତା ୧୨/୭/୨୨ ରିଖ ମଙ୍ଗଳବାର ଧାରଣା ଓ ବିକ୍ଷୋଭ ହୋଇଥିଲା । ବାଲିଆପାଳ ବିଡିଓ ଓ ଓଡିଶା ଜୀବିକା ମିଶନ ବିଭାଗର ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ । ବିଡ଼ିଓ ଆସନ୍ତା ୧୪ ତାରିଖ ସୁଦ୍ଧା ବୈଠକ ଡାକି ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ମହାସଂଘର ସଭାପତି ଓ ସଂପାଦକ ମାନଙ୍କୁ ତଦନ୍ତ ପରିସର ଭୁକ୍ତ କରି ତଦନ୍ତ କରାଯିବ । ଯଦି କିଛି ବି ତ୍ରୁଟି ବାହାରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ଦୀପକ ଦାସ ପ୍ରତିଶ୍ରୁତି ଦେଇଥିଲେ । ଖବରପାଇ ବିଜେଡି ନେତା ବଳରାମ ସାହୁ ଓ ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମହେଶ୍ବର ଜେନା ଧାରଣା ସ୍ଥଳରେ ପହଞ୍ଚି ମହିଳା ମାନଙ୍କୁ ବୁଝା ସୁଝା କରି ଧାରଣାରୁ ଉଠାଇ ଥିଲେ । ଏହି ଧାରଣାର ନେତୃତ୍ୱ ନେଇଥିଲେ ମହିଳା ନେତ୍ରୀ ଲଷ୍ମୀ ଦଳାଇ ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ