ବାଙ୍କୀ: ଦୀର୍ଘ ଦିନର ବ୍ୟବଧାନ ପରେ କୋଭିଡି କଟକଣା ମଧ୍ୟରେ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଖୋଲିଲା ସ୍କୁଲ । ସ୍କୁଲ ତ ଖୋଲିଲା ହେଲେ ଶିକ୍ଷକ ଅଭାବ । ପାଠ ପଢା ହେବ କେମିତି । ଜଣେ ଶିକ୍ଷକଙ୍କୁ ୯୯ ପିଲା କେମିତି ଗଢିବେ ଭାଗ୍ୟ ଏନେଇ ଚିନ୍ତାରେ ଛାତ୍ରଛାତ୍ରୀ ।
ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଡମପଡା ବ୍ଲକ ନିସ୍ତିପୁରର ଆରାଚଣ୍ଡି ଉଚ୍ଚ ବିଦ୍ୟା ମନ୍ଦିରରେ । ସରକାରଙ୍କ ନିର୍ଦ୍ଧେଶ କ୍ରମେ କୋଭିଡ କଟକଣା ମଧ୍ୟରେ ଦଶମ ଓ ନବମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଗଲା ଅଫ ଲାଇନ ପାଠପଢା । ଅଫ ଲାଇନ ପାଠ ପଢ଼ା ଆରମ୍ଭ ହୋଇଛି ସତ ହେଲେ ଦାୟିତ୍ୱରେ ରହିଥିବା ପ୍ରଧାନ ଶିକ୍ଷକଙ୍କୁ ଛାଡିଦେଲେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ନାହାଁନ୍ତି ଆବଶ୍ୟକୀୟ ଶିକ୍ଷକ ଆଉ ଶିକ୍ଷୟତ୍ରୀ । ଏବେ ଚିନ୍ତାରେ ଛାତ୍ର ଛାତ୍ରୀ ଓ ଅବିଭାବକ ।
ଦୁଃଖର ବିଷୟ ଏହାଯେ, କୋଭିଡ କଟକଣା ଯୋଗୁ ୨ ବର୍ଷର ବ୍ୟବଧାନ ମଧ୍ୟରେ ଫିଟିଲା ଅଫ ଲାଇନ ପାଠ ପଢ଼ା ପାଇଁ ସ୍କୁଲ । ହେଲେ ଏହାରି ମଧ୍ୟରେ ୮ ଜଣ ଶିକ୍ଷକ ଅବସର ଗ୍ରହଣ କରି ସାରିଥିବା ବେଳେ ଏବେ ପ୍ରଧାନ ଶିକ୍ଷକ ହିଁ ଏକ ମାତ୍ର ସାହା ଭରସା । ତେବେ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ସାଧାରଣରେ ଦାବି ହେଉଛି ।