ଲଙ୍ଗଳେଶ୍ଵର ବନବିଭାଗ ଦ୍ୱାରା ତୃତୀୟ ଥର ବଙ୍ଗୋପସାଗରରେ ଛଡାଗଲା ଅଲିଭ ରିଡ଼ଲେ କଇଁଛ ଛୁଆ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ବାଲିଆପାଳ ବଙ୍ଗୋପସାଗର ବେଳାଭୂମି ପାଲଟିଛି ଏବେ ଅଲିଭ ରିଡ଼ଲେ କଇଁଛର ପେଣ୍ଠସ୍ଥଳୀ । ଲଙ୍ଗଳେଶ୍ଵର ବନବିଭାଗ ଦ୍ୱାରା କଇଁଛ ଅଣ୍ଡା ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ତୃତୀୟ ଫେଜରେ ୧୨୦ ଅଣ୍ଡାରୁ ୧୧୬ ଛୁଆ ଫୁଟିଥିବା ବେଳେ ସେହି ଛୁଆ ଗୁଡିକୁ ତା ୦୬/୫/୨୨ ରିଖରେ ବଙ୍ଗୋପସାଗର ଓଡିଶା ପ୍ରସିଦ୍ଧ ଡଗରା ବେଳାଭୂମି ଠାରେ ବନବିଭାଗ ଦ୍ୱାରା ସମୁଦ୍ରରେ ଛଡାଯାଇଛି । ରେଞ୍ଜର ଗଣେଷ ପ୍ରଶାଦ ଲେଙ୍କାଙ୍କ ନିର୍ଦ୍ଦେଶରେ ଫରେଷ୍ଟ ଗାର୍ଡ ହୃଷିକେଶ ପ୍ରଧାନଙ୍କ ତଦାରଖରେ ଉକ୍ତ କାର୍ଯ୍ୟ ହୋଇଥିବା ବେଳେ କଇଁଛ ଜଗୁଆଳି ଉତ୍ତମ କୁମାର ସଂଖୁଆ, ଦୁର୍ଯ୍ଯୟ କରଣଙ୍କ ତତ୍ବାବଧାନରେ ସ୍ଥାନୀୟ ବନ ସଂରକ୍ଷଣ ସମିତିର ସଭାପତି ନିତ୍ୟାନନ୍ଦ ଜେନା ଓ ଅନ୍ୟ ସମସ୍ତ ସଦସ୍ୟ ତଥା ଡଗରା ସରପଞ୍ଚ ସତ୍ୟାନନ୍ଦ ମହାନ୍ତିଙ୍କ ଉପସ୍ଥିତିରେ ଡଗରା ଉପକୁଳ ସମୁଦ୍ରରେ ଛଡାଗଲା କଇଁଛ ଛୁଆ। ପ୍ରଥମଥର ତା ୧୭/୦୪/୨୨ରିଖରେ ୧୩୯, ,ଦ୍ୱିତୀୟ ଥର ତା ୦୧/୫/୨୨ ରେ ୧୨୮, ତୃତୀୟ ଥର ଅର୍ଥାତ ତା ୦୬/୫/୨୨ ରିଖରେ ୧୧୬ ଟି କଇଁଛ ଛୁଆ ଡଗରା ବେଳାଭୂମିରେ ଛଡା ଯାଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.