ଶ୍ରାବଣ ମାସ ପ୍ରଥମ ସୋମବାରରେ ଶିବ ମନ୍ଦିର ରହିଛି ଖାଁ ଖାଁ, କାଉଡ଼ିଆ ନିରାଶ

ବାଙ୍କୀ: ବାଙ୍କୀ ଉପଖଣ୍ଡରେ ରହିଛି ଅନେକ ଶିବମନ୍ଦିର । ସେଥିମଧ୍ୟରୁ ବାଙ୍କୀର ଖଣ୍ଡେତେସ୍ୱର ଶିବ ମନ୍ଦିର ସ୍ୱତନ୍ତ୍ର ।ଭୂତଳ ପାଣି ମଧ୍ୟରେ ରହିଛନ୍ତି ପ୍ରଭୁ ଖଣ୍ଡେତେସ୍ୱର । କାଉଡିଆ ଭକ୍ତ ଓ ଶ୍ରଦ୍ଧାଳୁ ଆଉ ମାନସିକ ଧାରୀଙ୍କୁ ଦିଅନ୍ତି ଦର୍ଶନ । ହେଲେ ଆଜିର ଏହି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଦିନରେ ମନ୍ଦିର ଏବେ ରହିଛି କାଉଡିଆ ଶୂନ୍ୟ । ବିନା କାଉଡିଆ ଓ ଭକ୍ତରେ ସେବାୟତ ମାନଙ୍କ ଦ୍ୱାରା ଚାଲିଛି ପୂଜା ଅର୍ଚ୍ଚନା ।

ଶ୍ରାବଣ ମାସରେ କାହିଁ କେଉଁ ଦୂରଦୂରାନ୍ତରୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଓ ମାନସିକ ଧାରୀ ଆସି ଭିଡ଼ ଜମାଇବା ସହ ଜଳାଭିଷେକ କରି ପ୍ରଭୁ ଖଣ୍ଡେତେସ୍ୱରଙ୍କ ନିକଟରେ ନିଜର ମନସ୍କାମନା ଜଣାଇ କରିଥାନ୍ତି ପ୍ରାର୍ଥନା ବୋଲି କୁହନ୍ତି ମନ୍ଦିର ପୂଜକ । ହେଲେ ଚଳିତ ବର୍ଷ କୋଭିଡ ଛଡାଇ ନେଇଛି କାଉଡିଆ, ଭକ୍ତ ଓ ମାନସିକ ଧାରୀଙ୍କ ଖୁସି । ସରକାରଙ୍କ ପକ୍ଷରୁ ସାଧାରଣ ଦର୍ଶନ ସହ କାଉଡିଆଙ୍କୁ ମନ୍ଦିର ବାରଣ କରାଯାଇଥିବା ବେଳେ କେବେ ହଟିବ କୋଭିଡ କଟକଣା ସ୍ୱାଭାବିକ ହେବ ଶିବଙ୍କ ଦର୍ଶନ ତାକୁ ନେଇ ଏବେ ମନ୍ଦିର ପୂଜକ ଆଉ ଭକ୍ତ ଅପେକ୍ଷାରେ ।

Leave a Reply

Your email address will not be published.