ଓଡ଼ିଆ ବିଜ୍ଞାନ ସମ୍ମିଳନୀ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଦି ଓଡ଼ିଶା ବିଜ୍ଞାନ ମଣ୍ଡଳ ପକ୍ଷରୁ ଆଜି ତୁଳସୀ ପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଥମ ଓଡ଼ିଆ ବିଜ୍ଞାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ବିଜ୍ଞାନ ସମ୍ମିଳନୀ ରେ ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଧୁନିକ ବିଜ୍ଞାନ ଯୁଗରେ ବିଜ୍ଞାନର ଅଗ୍ରଗତି ଉପରେ ଗୁରୁତ୍ବ ଆରୋପ କରି ମହାଭାରତ ର ଏକ ଉଦାହରଣ ଦେଇ କହିଲେ ଜ୍ଞାନ ହିଁ ବିଜ୍ଞାନ।ବିଜ୍ଞାନର ସଦଉପୋଜଗ ହେବା ଦରକାର।ପ୍ରକୃତିକୁ ରକ୍ଷାକରି ମାନବ ସମାଜର କଲ୍ୟାଣ ଦିଗରେ ବିଜ୍ଞାନକୁ ବ୍ୟବହାର କରାଯାଉ।ବିଜ୍ଞାନ ମାନବ ଜାତିର କଲ୍ୟାଣ ପାଇଁ ବିନାଶ ପାଇଁ ନୁହେଁ ଅତୀତରେ ସାର୍ ଜଗଦୀଶ ଚନ୍ଦ୍ର ବୋଷ ଠାରୁ ଆରମ୍ଭ କରି ବହୁ ଭାରତୀୟ ବୈଜ୍ଞାନିକ ମାନେ ବିଜ୍ଞାନକୁ ମାନବ ଜାତିର କଲ୍ୟାଣ ପାଇଁ ବ୍ୟବହାର କରି ଆସିଛନ୍ତି। ଦି ଓଡ଼ିଶା ବିଜ୍ଞାନ ମଣ୍ଡଳର ଉପ ସଭାପତି ପ୍ରଫେସର ଗୌରାଙ୍ଗ ଚରଣ ମହାନ୍ତି କାର୍ଯ୍ୟ କ୍ରମରେ ସଭାପତିତ୍ବ କରିଥିଲେ।

ବିଶିଷ୍ଟ ଲେଖକ ଡକ୍ଟର ଅନୀଲ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଆଧୁନିକ ଜ୍ଞାନ କୌଶଳ ଏବଂ ବିଜ୍ଞାନର ବାର୍ତ୍ତା କୁ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଙ୍କ ନିକଟରେ ପହଞ୍ଚାଇବା ଲାଗି ଓଡ଼ିଶା ବିଜ୍ଞାନ ମଣ୍ଡଳର ଲକ୍ଷ ବୋଲି କହିଥିଲେ। ପ୍ରାରମ୍ଭରେ ସମ୍ପାଦକ ସୌଭାଗ୍ୟ ସ୍ଵାଇଁ ସ୍ଵାଗତ ଭାଷଣ ଦେଇଥିଲେ।ଯୁଗ୍ମ ସମ୍ପାଦକ ଡକ୍ଟର ଗୌରିଶଙ୍କର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ପଠାଣି ସାମନ୍ତ ସମ୍ମାନ,ଉତ୍କଳମଣି ଗୋପବନ୍ଧୁ ଶିକ୍ଷା ସମ୍ମାନ, ଲୋକପ୍ରିୟ ଲକ୍ଷ୍ମଣ ମିଶ୍ର ବିଜ୍ଞାନ ସମ୍ମାନ, ପ୍ରାଣକୃଷ୍ଣ ପରିଜା ସମ୍ମାନ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଲମ୍ବୋଦର ପ୍ରସାଦ ସିଂହ,ବିଜୟ କୁମାର ଶତପଥୀ,ଡକ୍ଟର ସଂଜିତ କୁମାର ପଣ୍ଡା,ଡକ୍ଟର ଡି ଡି ମିଶ୍ର ଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ପୋଷ୍ଟର ପ୍ରତିଯୋଗିତାରେ ସଫଳ ପ୍ରତି ଯୋଗୀ ମାନଙ୍କୁ ରାଜ୍ୟ ପାଳ ପୁରସ୍କୃତ କରିଥିଲେ।

Leave a Reply

Your email address will not be published.