ଆମ୍ବଗାଁ ପଞ୍ଚାୟତ ପରିସରରେ ଆମ ପୋଲିସ ସମିତି ବୈଠକ

ବୌଦ୍ଧ,(ନାଗରାଜ ନ୍ୟୁଜ): ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧିନ ଆମ୍ବଗାଁ ପଞ୍ଚାୟତ ପରିସରରେ କଣ୍ଟାମାଳ ଥାନା ପକ୍ଷରୁ ଘଣ୍ଟାପଡ଼ା ଫାଣ୍ଡି ଅଧିକାରୀ ଗଣନାଥ ଥନାପତିଙ୍କ ତତ୍ତ୍ଵାବଧାନରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଆମ୍ବଗାଁ ସରପଞ୍ଚ ପ୍ରତିମା ରଣା, ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା, ନିଳାଞ୍ଚଳ ଭୋଇ, ଆମ୍ବଗାଁ ଗୌନ୍ତିଆ ମୋତିଲାଲ ରଣା, ଆଦିବାସୀ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସାମନ୍ତ ମାଝୀ ପ୍ରମୁଖ ଯୋଗଦେଇ ସମାଜରେ ଚାଲିଥିବା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ସହ ପ୍ରତ୍ୟେକ ପରିସ୍ଥିତିରେ ପୋଲିସର ସହାୟତା ନେବା ପାଇଁ ଲୋକଙ୍କୁ କହିଥିଲେ l ପ୍ରତ୍ୟୁତରରେ ଥାନାଧିକାରୀ ଶ୍ରୀ ଦାଶ ସର୍ବସାଧାରଣ ପୋଲିସକୁ ଭୟ ନକରି ସହଯୋଗର ହାତ ବଢାଇଲେ ଅଞ୍ଚଳରୁ ଆସାମାଜିକ କାର୍ଯ୍ୟ ଲୁପ୍ତ ହୋଇଯିବ l ତେଣୁ ସମସ୍ତଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ l କାର୍ଯ୍ୟକ୍ରମରେ ସାମ୍ବାଦିକ ପ୍ରଭାତ ସାହୁ ପ୍ରକାଶ କରିଥିଲେଯେ, ଦୈନଦିନ ଚାଲୁଥିବା ଘରୋଇ ବସମାନଙ୍କର ନିର୍ଦ୍ଧିଷ୍ଟ ଏକ କଣ୍ଟାକ୍ଟ ନମ୍ବର,ଯଦି କୌଣସି ବସ ରିଜର୍ଭ ଯାଏ ତାହେଲେ ବିକଳ୍ପ ଭାବେ ଗୋଟିଏ ବସ ଯୋଗାଇବା ଏବଂ ବସରେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଭଡ଼ା ନେବା ଉପରେ ଦୃଷ୍ଟିଦେବାକୁ ଥାନାଧିକାରୀ ଶ୍ରୀ ଦାସଙ୍କୁ ଅନୁରୋଧ କରିଥିଲେ l କାର୍ଯ୍ୟକ୍ରମରେ ଘଣ୍ଟାପଡା ଫାଣ୍ଡି କର୍ମଚାରୀ, ଆମ୍ବଗାଁ ପଞ୍ଚାୟତ କର୍ମଚାରୀ, ବୃଦ୍ଧିଜୀବୀ, ସାମ୍ବାଦିକ, ଆମ ପୋଲିସ ସମିତି ସଦସ୍ୟ ସମେତ ଅଞ୍ଚଳର ମହିଳା ଓ ପୁରୁଷ ଯୋଗଦେଇଥିଲେ l ଶେଷରେ ଫାଣ୍ଡି ଅଧିକାରୀ ଗଣନାଥ ଥନାପତି ଅନ୍ୟବାଦ ଦେଇଥିଲେ l

Leave a Reply

Your email address will not be published.