ନନ୍ଦନକାନନରେ ଆନାକୋଣ୍ଡା ଜନ୍ମ ଦେଲା ନୂଆ ଶାବକ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ନନ୍ଦନକାନନରେ ଆନାକୋଣ୍ଡା ନୂଆ ଶାବକକୁ ଜନ୍ମ ଦେଇଛି । ୯ଟି ଆନାକୋଣ୍ଡା ଛୁଆ ଜନ୍ମ ହୋଇଛନ୍ତି । ନନ୍ଦନକାନନ ପ୍ରାଣୀ ଚିକତ୍ସିକ ଏବଂ ଓୟୁଏଟି ପ୍ରାଣୀ ପ୍ରସୂତି ବିଶେଷଜ୍ଞ ଡାକ୍ତର ବିଜୟ ସାହୁ ଏବଂ ଶୈଲ୍ୟ ବିଶେଷଜ୍ଞ ଡାକ୍ତର ଇନ୍ଦ୍ରମଣି ନାଥଙ୍କ ସଫଳ ପ୍ରୟାସରେ ମାଈ ହଳଦିଆ ଆନାକୋଣ୍ଡା ପୁଣି ୯ଟି ଛୁଆ ଜନ୍ମ କରିଛି । ବୁଧବାର ଗୋଟିଏ ଛୁଆ ଜନ୍ମ କରିଥିବା ମା’ ଆନାକୋଣ୍ଡାର ଏକ୍ସରେ କରାଯିବାରୁ ତା’ ପେଟରେ ଆହୁରି ଛୁଆ ଥିବା ଜଣାପଡ଼ିଥିଲା । ଗତକାଲି ରାତିସାରା ନନ୍ଦନକାନନ ବରିଷ୍ଟ ପ୍ରାଣୀ ଚିକିତ୍ସକ ଶରତ ମିଶ୍ର ଓ ଜୀବବିଜ୍ଞାନୀ ପ୍ରାଣୀମିତ୍ର ରାଜେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ମା’ ଆନାକୋଣ୍ଡାଟି କିପରି ସୁରୁଖୁରୁରେ ଆହୁରି ଛୁଆ ଜନ୍ମ କରିବ ସେନେଇ ଚେଷ୍ଟା ଜାରି ରଖିଥିଲେ । ତାକୁ ସାଲାଇନ୍ ଓ କ୍ୟାଲେସିୟମ୍ ଔଷଧ ଦିଆଯାଇଥିଲା । ଯେତେବେଳେ ସେ ଗତକାଲି ଆଉ ଜନ୍ମ କରି ପାରିଲା ନାହିଁ । ସେତେବେ ଡାକ୍ତର ଇନ୍ଦ୍ରମଣି ନାଥ ଓ ଡା. ବିଜୟ ସାହୁଙ୍କୁ ନନ୍ଦନକାନନକୁ ଡାକାଯାଇଥିଲା । ୩ଟି ମାଈ ଆନାକୋଣ୍ଡାଙ୍କୁ ଅଲଟ୍ରାସାଉଣ୍ଡ କରିବା ପରେ ଗତକାଲି ଜନ୍ମ କରିଥିବା ମା’ ଆନାକୋଣ୍ଡା ପେଟରେ ଆହୁରି ୮/୯ଟି ଛୁଆ ଥିବା ଜାଣିବାକୁ ପାଇଥିଲେ । ତେବେ ସେ କାହିଁକି ଜନ୍ମ କରିପାରୁ ନାହିଁ କାରଣ ଖୋଜିଲା ବେଳକୁ ଗୋଟିଏ ଶାବକ ବାଟରେ ଅଟକିଥିବା ଜାଣିଥିଲେ ।

Leave a Reply

Your email address will not be published.