ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ, ଜୋର ଧରିଲାଣି ପ୍ରଚାର

ବାଙ୍କୀ, (ନାଗରାଜ ନ୍ୟୁଜ): ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଗାଁ ମୁହାଁ ପ୍ରାର୍ଥୀ । ପ୍ରତିଶୃତିର ପାହାଡ଼ ନେଇ ଆରମ୍ଭ ହେଲାଣି ପ୍ରଚାର । ବିଭିନ୍ନ ବିକାଶ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରତିଶୃତି ଦେଇ ଭୋଟରଙ୍କ ନିକଟତର ହେଉଛନ୍ତି ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ । ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନେ ନିଜ ପ୍ରଚାର ପ୍ରସାର ପାଇଁ ନିଜ ସମର୍ଥକମାନଙ୍କୁ ଧରି ଗାଆଁ ଗାଆଁ ଘର ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ତେବେ ଏହି ସମାନ ଦୃଶ୍ୟ କଟକ ଜିଲ୍ଲା ବାଙ୍କୀ ବ୍ଲକ କୁସପଙ୍ଗି ପଞ୍ଚାୟତରେ ଦେଖିବାକୁ ମିଳିଛି ।

Leave a Reply

Your email address will not be published.