ପଞ୍ଚାୟତସ୍ତରୀୟ “ଶିଶୁ ପାଇଁ ଦିନଟିଏ “ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ ପାଳିତ

ଟିଟଲାଗଡ଼, (ନାଗରାଜ ନ୍ୟୁଜ): ଓଡିଶା ସରକାରଙ୍କ ମହିଳା ଶିଶୁବିକାଶ ଓ ମିଶନଶକ୍ତି ବିଭାଗର ନିର୍ଦେଶକ୍ରମେ ପଞ୍ଚାୟତସ୍ତରୀୟ “ଶିଶୁ ପାଇଁ ଦିନଟିଏ “ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ ନାରେନ ଗ୍ରାମପଞ୍ଚାୟତ କାର୍ୟ୍ୟାଳୟଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତର ସରପଞ୍ଚ ଦୟାରମ ଅଗ୍ରୱାଲ ଦୀପ ପ୍ରଜ୍ୱଳନକରି ଶିଶୁ ସୁରକ୍ଷା ବିଷୟରେ ବୁଝାଇଥିଲେ । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଟିଟିଲାଗଡ଼ର ସୁପରଭାଇଜର ଶ୍ରୀମତୀ ଚଞ୍ଚଳା ମାଝୀ ଉପସ୍ଥିତ ରହି ବାଲ୍ୟ ବିବାହ ଓ ଶିଶୁର ଯତ୍ନ ଏବଂ ସୁରକ୍ଷା ଉପରେ ବିଶଦରୂପେ ଆଲୋଚନା କରିଥିଲେ । ପରେ ଗ୍ରାମ ପରିକ୍ରମାକରି ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମିତି ସଭ୍ୟ ଟଙ୍କଧର ବଗର୍ତ୍ତୀ, ଅଙ୍ଗନବାଡି କର୍ମୀ ସନ୍ତୋଷିନୀ ଦେବୀ, ଚୁମକି ମହାନନ୍ଦ, କୁନି ନାଗ, ପଦ୍ମାବତୀ କୁମ୍ଭାର, ରଂଜିତା ଦୀପ, ମାଳା ବାଗ ଏବଂ ନାରେନ ପଞ୍ଚାୟତର ସମସ୍ତ ଅଙ୍ଗନବାଡି ହେଲପର, ଆଶା, ପ୍ରାକ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ମହିଳାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.