ଆଜିଠାରୁ ପଞ୍ଚୁକ ଏବଂ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ

କଟକ,( ନାଗରାଜ ନ୍ୟୁଜ): ଆଜି ଠାରୁ ହଜାର ବର୍ଷର ପୁରାତନ କଟକ ସହରରେ ପଞ୍ଚୁକ ଏବଂ କାର୍ତ୍ତିକେଶ୍ୱରଙ୍କର ପୂଜା ଆରମ୍ଭ ହୋଇଛି । ଦୀର୍ଘ ଦୁଇବର୍ଷ ପରେ ପଞ୍ଚୁକ ଏବଂ କାର୍ତ୍ତିକେଶ୍ୱରଙ୍କର ପୂଜା ଅନୁଷ୍ଠିତ ହେଉଥିବାରୁ କଟକ ସହର ଚଳଚଞ୍ଚଳ ହୋଇଉଠିଛି । ସକାଳୁ ବିଭିନ୍ନ ସାହିର ସଂକୀର୍ତ୍ତନ ଦଳ ମହାନଦୀ ଗଡଗଡିଆ ଘାଟ ଅଭିମୁଖେ ଯାତ୍ରା କରିଛନ୍ତି । ପଞ୍ଚୁକ ଦଳ ମହାନଦୀରେ ସ୍ନାନ କରିବା ପରେ ଠାକୁର ଦର୍ଶନ କରି ଖୋଳ, ଝାଞ୍ଜ ବଜାଇ ପାରମ୍ପରିକ ରୀତିରେ ସହର ପରିକ୍ରମା କରୁଛନ୍ତି । କାର୍ତ୍ତିକ ମାସର ପଞ୍ଚୁକ ତିଥିରେ ସଂକିର୍ତନ ଏକ ପାରମ୍ପରିକ ପର୍ବ । ବହୁ ପ୍ରାଚୀନ କାଳରୁ ଏହି ସଂକିର୍ତନ ପରମ୍ପରା ପ୍ରଚଳିତ ହୋଇ ଆସିଛି । ଆଜି କଟକ ସହରର ବିଭିନ୍ନ ସାହି ପକ୍ଷରୁ ସଂକୀର୍ତ୍ତନ ଦଳ ସହର ପରିକ୍ରମା କରି ଶ୍ରୀଚୈତନ୍ୟ ଙ୍କର ପ୍ରେମ ଓ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି । ନଦୀ କୂଳ ଗୁଡିକ ଚଳଚଞ୍ଚଳ ହୋଇଉଠିଛି । ଆଉ ଚାରିଦିନ ପରେ ବୋଇତ ବନ୍ଦାଣ ଉତ୍ସବ।

ପଞ୍ଚୁକରେ ପ୍ରତ୍ୟେକ ଘରେ ମୁରୁଜ ପକାଯାଇ ସାହି ବସ୍ତି ଗୁଡ଼ିକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସେହିଭଳି ଆଜିଠାରୁ କଟକ ସହରରେ କେତେକ ମଣ୍ଡପରେ କାର୍ତ୍ତିକେଶ୍ୱରଙ୍କର ପୂଜା ଆରମ୍ଭ ହୋଇଛି । ଭିନ୍ନ ଭିନ୍ନ ମଣ୍ଡପ ପକ୍ଷରୁ ପଞ୍ଚୁକ ପାଞ୍ଚଦିନ ମଧ୍ୟରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ସହରରେ ୮୨ ଟି ମଣ୍ଡପରେ କାର୍ତ୍ତିକେଶ୍ୱର ମେଢ ଶୋଭା ପାଇବ । ଶାନ୍ତି ଶୃଙ୍ଖଳାରେ ପୂଜା ପାଇଁ ପୂଜା କମିଟି, ଶାନ୍ତି କମିଟି, ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

Leave a Reply

Your email address will not be published.