ଷ୍ଟେଟବ୍ୟାଙ୍କ ପକ୍ଷରୁ ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରଦାନ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗଁଦିଆ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ଆଜି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରୁକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ଏହି ଉପଲକ୍ଷେ ପୋରୁହଖୋଜ ଗ୍ରାମ ପଂଚାୟତ ଠାରେ ସ୍ଥାନୀୟ ସରପଞ୍ଚ ରତିକାନ୍ତ ସାହୁ ଙ୍କର ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶାଖା ପରିଚାଳକ ବୈକୁଣ୍ଠ ନାଥ ସ୍ୱାଇଁ ଗଁଦିଆ ପ୍ରେସ କ୍ଲବ ସଭାପତି ମହେନ୍ଦ୍ର ସାହୁ ଦୃଷ୍ଟିର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ସଂଯୋଜକ ଗୁରୁ ଦଳେଇ ପ୍ରମୁଖ ଉପସ୍ଥିତ ରହି ଉକ୍ତ ପଂଚାୟତର ଦଣ୍ଡେଇବେରଣୀ ଗ୍ରାମର ତପନ ଦାଶ ଙ୍କୁ୨ଲକ୍ଷ ଟଙ୍କାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ବୀମାରାଶି ପ୍ରଦାନ କରାଯାଇଛି ସୂଚନାରୁ ଜଣାଯାଇଛି ତପଙ୍କର ପୁଅ ଲିପୁ ଦାସ କିଛିଦିନ ପୂର୍ବେ ଏକ ସଡକ ଦୁର୍ଘଟଣାରେ ପ୍ରାଣହରାଇଥିଲେ ଲିପୁ ଦାସ ଜୀବିତ ଅବସ୍ଥାରେ ଏହି ବୀମା ଯୋଜନାରେ ନିଜର ନାମକୁ ପଞ୍ଜିକରଣ କରିଥିଲେ ସେହିପରି ଶାଖା ପରି ଚାଳକ ପ୍ରଧାନମନ୍ତ୍ରୀ ଯୋଜନାରେ ସାମସ୍ତେ ନିଜକୁ ସାମିଲ କରିବାକୁ ଉପସ୍ଥିତ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମଟିକୁ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଚୈତ୍ୟନ କୁମାର ସାହୁ ପରିଚାଳନା କରିଥିଲେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.