ଆସନ୍ନ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ପବିତ୍ର ଦୁର୍ଗା ପୂଜା ଆସନ୍ତା ତା ୦୨/୧୦/୨୨ ରିଖ ଠାରୁ ଆରମ୍ଭ ହେଉଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନାର ଖଇରା ବଜାର, ଗଣ୍ଡିବେଡ, ତୁଡିଗଡିଆ, କୁରୁଣ୍ଟା, ରାଇକୁଳା, ମାଖନପୁର, ଡଗରପଡା, ସାରଡାଙ୍ଗ, ପତିରାଜପୁର, ଡୁଙ୍ଗୁରା, ନହଙ୍ଗ, କୁପାରୀ, ମହତିପୁର, ବୁଢାଗଡିଆ ସମେତ ବିଭିନ୍ନ ସ୍ଥାନରେ ମୃଣ୍ମୟୀ ଦେବୀ ମା ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ । ଶାନ୍ତି ଶୃଙ୍ଖଳାର ସହିତ କିପରି ପୂଜା ଶେଷ ହେବ, ସେଥିପାଇଁ ଖଇରା ତରଫରୁ ତା ୨୭/୯/୨୨ ରିଖରେ ଏସ.ଆଇ. ମୌସୁମୀ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳରୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରି ପ୍ରତ୍ୟେକ ବର୍ଷପରି ଏବର୍ଷ ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଶ୍ରୀମତୀ ମହାନ୍ତିଙ୍କୁ ନିବେଦନ କରିଥିଲେ । କୌଣସି ସ୍ଥାନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦୃଷ୍ଟି ଗୋଚର ହେଲେ ସଙ୍ଗେ ସଙ୍ଗେ ଥାନା ନଜରକୁ ଆଣିବା ନିମନ୍ତେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହଯୋଗ ଲୋଡିଥିଲେ ଏସ.ଆଇ. ଶ୍ରୀମତୀ ମହାନ୍ତି । ଏଥିରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ପଦ୍ମଲୋଚନ ଦାସ, ଉତ୍କଳବନ୍ଧୁ ପଣ୍ଡା, ଅନାମ ଚରଣ ପଣ୍ଡା, ଛାୟାକାନ୍ତ ମହାନ୍ତି, ଧନଞ୍ଜୟ ପଣ୍ଡା, କିଶୋର କୁମାର ବେହେରା, ବଳରାମ ଲେଙ୍କା, ଲୋଚନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳାର ସହିତ ଶାରଦୀୟ ମା ଦୁର୍ଗାଙ୍କ ପୂଜା ସମାପନ ପାଇଁ ଶାନ୍ତି କମିଟି ବୈଠକରେ ଖଇରା ଥାନା ଏସ. ଆଇ. ଶ୍ରୀମତୀ ମହାନ୍ତିଙ୍କ ଉଦ୍ଯମକୁ ସମସ୍ତେ ପ୍ରଶଂସା କରିବା ସହିତ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.