ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ହେଲେ ସୁସ୍ମିତା

ବାଲେଶ୍ଵର,(ନାଗରାଜ ନ୍ୟୁଜ): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଫେସବୁକ୍ ଗୃପରେ ଗତ ତା ୦୧/୯/୨୨ ରିଖ ଦିନ ଫୋଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି ସୁନ୍ଦର ସୁନ୍ଦର ଫଟୋ ପୋଷ୍ଟ କରିଥିଲେ । ସମସ୍ତ ଫଟୋ ଗୁଡିକୁ ଅନୁଷ୍ଠାନର ସମୀକ୍ଷିକା ସରସ୍ୱତୀ ପଣ୍ଡା ସମୀକ୍ଷା କରିଥିଲେ । ତାଙ୍କ ସମୀକ୍ଷାରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଶିକ୍ଷୟିତ୍ରୀ ତଥା ସୁ ସାହିତ୍ୟିକା ସୁସ୍ମିତା ମହାପାତ୍ରଙ୍କୁ ପ୍ରଥମ ସ୍ଥାନ ମିଳିଛି । ଏଥିସହିତ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.