ବାରଙ୍ଗରେ ଭାରତ ବନ୍ଦ ଉପଲକ୍ଷେ ବ୍ଲକ କାର୍ୟ୍ୟାଳୟ ଆଗରେ ପିକେଟିଂ

ବାରଙ୍ଗ, (ନାଗରାଜ ନ୍ୟୁଜ ): ସଂଯୁକ୍ତ କିଷାନ ମୋର୍ଚ୍ଚା ଆହୂତ ଭାରତ ବନ୍ଦ ଉପଲକ୍ଷେ ଆଜି ବାରଙ୍ଗ ବ୍ଲକ ଅଫିସ ଠାରେ ଏସୟୁସିଆଇ(ସି), ନେତାଜୀ ସୁଭାଷ ନିର୍ମାଣ ଶ୍ରମିକ ସଂଘ, କୃଷକ ସଙ୍ଗଠନ ଏଆଇକେକେଏମଏସ, ଛାତ୍ର ସଂଗଠନ ଏଆଇଡିଏସଓ, ମହିଳା ସଙ୍ଗଠନ ଏଆଇଏମଏସଏସ, ଶ୍ରମିକ ସଙ୍ଗଠନ ଏଆଇୟୁଟିୟୁସି ପକ୍ଷରୁ ବିକ୍ଷୋଭ ଓ ପିକେଟିଂ କରାଯାଇଥିଲା । ଭାରତ ବନ୍ଦ ପ୍ରତି ଜନସାଧାରଣଙ୍କର ସମର୍ଥନ ଦେଖିବାକୁ ମିଳିଥିଲା । ୩ ଗୋଟି କୃଷି ଆଇନକୁ ବିରୋଧ କରିବା ସହ ବିଦ୍ୟୁତ ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି ଏସୟୁସିଆଇ(ସି) ବାରଙ୍ଗ ଆଂଚଳିକ କମିଟି ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

ନେତାଜୀ ସୁଭାଷ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ସଭାପତି ନବଘନ ନାୟକ, ସମ୍ପାଦକ ହାଡିବନ୍ଧୁ ସ୍ୱାଇଁ, ମହିଳା ସଙ୍ଗଠନ ଏଆଇଏମଏସଏସ ପକ୍ଷରୁ ବାରଙ୍ଗର ସମ୍ପାଦିକା ଟିକା ସାମଲ, କୃଷକ ସଙ୍ଗଠନ ଏଆଇକେକେଏମଏସ ପକ୍ଷରୁ ଅଶୋକ କୁମାର ବେହେରା, ବିରେନ ପାଇଟାଲ, ଛାତ୍ର ସଂଗଠନ ଏଆଇଡିଏସଓ ପକ୍ଷରୁ ଅଭିରାମ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ, ଶ୍ରମିକ ସଙ୍ଗଠନ ଏଆଇୟୁଟିୟୁସି ପକ୍ଷରୁ ଅକ୍ଷୟ ବେହେରା, ମମତା ମହାପାତ୍ର, କମଳୀ ମହାରଣା, କାହ୍ନୁଚରଣ ବାରିକ, ଚିନ୍ମୟ ବେହେରା, ନରେନ୍ଦ୍ର ରାଉତ, ବିଜୟ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଭାରତ ବନ୍ଦକୁ ସାଧାରଣ ଜନତା ସର୍ବାନ୍ତକରଣରେ ସଫଳ କରିଥିବାରୁ ସେମାନଙ୍କୁ ସଂଗ୍ରାମୀ ଅଭିନନ୍ଦନ ଜ୍ଞାପନ କରିବା ସହ ଚାଷୀ ବିରୋଧି ଆଇନ ପ୍ରତ୍ୟାହାର ପର୍ୟ୍ୟନ୍ତ ଏହି ସଂଗ୍ରାମକୁ ଜାରୀ ରଖିବାକୁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published.