ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ପିନାକୀ ମିଶ୍ର

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି ବିଜେଡିର ନେତା ତଥା ପୁରୀ ଏମପି ପିନାକୀ ମିଶ୍ର । ସେ କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସ୍ୱାର୍ଥର ରାଜନୀତି ଚାଲିଛି । ଯାହାକୁ ପୁରୀ ବାସୀ ଠିକ ବୁଝି ସାରିଛନ୍ତି। ଏହାର ଜବାବ ପୁରୀ ବାସି ଅଗାମୀ ଦୀନ ରେ ଦେବେ । ସେହିପରି ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଚି । ଦୁନିଆ ର କୌଣସି ସ୍ୱାର୍ଥ ପର ଏଜେନ୍ସି , ଵ୍ୟକ୍ତି ବିଶେଷ ଏହି ପ୍ରକଳ୍ପ କାର୍ଯ୍ୟ ରୋକି ପାରିବେନି । ଆଉ ଏହା ଆଇନ ଅନୁଯାୟୀ ହେଉଛିକି, ବେଆଇନ ଭାବେ ହେଉଛି ତାହା କୋର୍ଟରେ ମାମଲା ଥିବାବେଳେ ଏନେଇ ସେ କୌଣସି ମନ୍ତବ୍ୟ ଦେବେ ନାହିଁ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ କୌଣସି ରୋକ ନାହିଁ । ପୁରୀ ବାସୀ ଙ୍କ ଇଚ୍ଛା , ମହାପ୍ରଭୁଙ୍କ ଇଚ୍ଛା ପାଇଁ ଏହି ପ୍ରକଳ୍ପ ଚାଲୁ ରହିଛି ବୋଲି ପିନାକୀ ବିରୋଧୀ ଙ୍କୁ ଜବାବ ଦେଇଛନ୍ତି।

Leave a Reply

Your email address will not be published.