ସିପିଆର ପକ୍ଷରୁ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ

କଟକ(,ନାଗରାଜ ନ୍ୟୁଜ): ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମାସ ବ୍ୟାପି ଚାଲିଥିବା ବନମହୋତ୍ସବ ପାଳନ ଅବସରରେ ସି ପି ଆର ଫIଉଂଡେସନ ଓ ସି ଏସ ଆର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପରିବେଶ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ସି ପି ଆର ର ରାଜ୍ୟ ମୁଖ୍ୟ ସଂଯୋଜକ ତଥା ରାଜ୍ୟ ପରିବେଶ ଆକଳନ ସଂସ୍ଥା ର ବୈଜ୍ଞାନିକ ଶ୍ରୀଯୁକ୍ତ ଡ଼ ପ୍ରଦୀପ କୁମାର ନାୟକ,ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଜେନା, ଯୋଜନା ସଂଯୋଜକ, ରାଜ୍ୟ ପରିବେଶ ଅଧ୍ୟୟନ କେନ୍ଦ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ, ଓଡିଶା, ଏବଂ ପ୍ରକୃତିବନ୍ଧୁ ଡ଼ ସଚ୍ଚିଦାନନ୍ଦ ପ୍ରଧାନ, ଅଧ୍ୟକ୍ଷ, ବିସିନାହାକାଣି ମହାବିଦ୍ୟାଳୟ ଯୋଗଦେଇ ବିଦ୍ୟାଳୟ ପରିସରରେ ଫଳ, ଫୁଲ ଓ ଔଷଧୀୟ ଚାରା ରୋପଣ କରିଥିଲେ . ବିଦ୍ୟାଳୟ ର ୟୁଥ ଓ ଏନର୍ଜି କ୍ଲବ ର ସଭ୍ୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯାଉଥିବା ଏହି ପରିବେଶ ଭିତ୍ତିକ କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ଡ଼ ସୁଜାତା ମହାପାତ୍ର, ଶିକ୍ଷକ ତ୍ରିନାଥ ସେଠି, ପ୍ରତାପ କୁମାର ଆଚାର୍ଯ୍ୟ, ୟୁଥ ଓ ଇକୋ କ୍ଲବ ର ଛାତ୍ରୀ ପ୍ରତିନିଧି ପ୍ରଜ୍ଞା ପାରମିତା ମିଶ୍ର ପ୍ରମୁଖ ସଫଳତା ର ସହିତ ପରିଚାଳନା କରିଥିଲେ .

Leave a Reply

Your email address will not be published.