ବନ୍ଧୁତା ଦିବସରେ ସୁନ୍ଦର ମୋ ଭାଷା ସାହିତ୍ୟର କବିତା ବର୍ଷା

ବାଲେଶ୍ବର,‌ (ନରେନ୍ଦ୍ର ପ୍ରସାଦ ବେହେରା): ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା କେନ୍ଦୁଝରର ୬୨ତମ ଅନନ୍ୟା ଅଡିଓ କବିତା ଆସର ଆଭାସୀ ମାଧ୍ୟମରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ମୁଖ୍ୟ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆସରରେ ଭୁବନେଶ୍ୱରର ସୁସଂଗୀତଜ୍ଞ ରବୀନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଥିବା ବେଳେ ଡ଼ଃ ନୀଳାଦ୍ରି ଜଗଦେବ,ପ୍ରଫୁଲ୍ଲ କୁମାର ହୋତା ପ୍ରମୁଖ ସମ୍ମାନିତ ଅତିଥି ଥିଲେ । କୁନି ଝିଅ ଆରାଧ୍ୟା ସେନାପତିଙ୍କ ଶଙ୍ଖଧ୍ଵନି, କବୀ ବୀଣା ସାହୁଙ୍କ ବନ୍ଦନା ଓ ଘସିପୁରା, କେନ୍ଦୁଝରର କଣ୍ଠଶିଳ୍ପୀ ଉଜ୍ଜୟିନୀ ମିଶ୍ରଙ୍କଙ୍କ ଭକ୍ତି ସଂଗୀତ ଗାନରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା ।

ସମ୍ପାଦକଙ୍କ ଦ୍ୱାରା ପରିଚୟ ପ୍ରଦାନ ହୋଇଥିବାବେଳେ ମୁଖ୍ୟ ଅତିଥିଙ୍କର ଦିବସର ତାତ୍ପର୍ଯ୍ୟ ସହ କଳା, ସାହିତ୍ୟ ଓ ସଂସ୍କୃତିର ଶ୍ରୀବୃଦ୍ଧି ପାଇଁ ସଂକଳ୍ପ ନେବାର ମାର୍ଗଦର୍ଶନ ଅତି ହୃଦୟସ୍ପର୍ଶୀ ଥିଲା । ମୁଖ୍ୟ ଉପଦେଷ୍ଟା ଡା ମହେନ୍ଦ୍ର ପ୍ରସାଦ ଦାସଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଭକ୍ତି ଭଜନରେ ଆସର ଆରମ୍ଭ ହୋଇଥିବାବେଳେ ଅନ୍ୟୁନ ୪୦ରୁ ଉର୍ଦ୍ଧ୍ଵ ସୁନ୍ଦର ଆକର୍ଷଣୀୟ କବିତା ପାଠ ଓ ସଂଗୀତ ଗାନ ସତେ ଯେମିତି ଅନନ୍ୟାର କବିତା ବର୍ଷା ପରି ଲାଗିଥିଲା । ହାସ୍ୟମୟୀ ରାଜ, ପ୍ରଭଞ୍ଜନ ତ୍ରିପାଠୀ, ବିଷ୍ଣୁ ପ୍ରସାଦ ମିଶ୍ର, ଅଂଶୁମାନ ସ୍ୱାଇଁ, ଅନୁଷ୍ଠାନର ଜଣେ ସଦସ୍ୟ ତଥା ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଦ୍ବାରା କବିତା ସଞ୍ଚାଳନ କରାଯାଇଥିବା ବେଳେ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

ମହନୀୟ ଆସରର ଅନୁଭୂତି ମନୋରମା ରାଉତରାୟ ଓ ଅନନ୍ୟା ବନ୍ଧୁ ପାଇଁ ଶାନ୍ତିପାଠ କରିଥିଲେ ଅଧ୍ୟାପିକା ସ୍ୱପ୍ନା ମହାନ୍ତି । ମେଗା ଓଡ଼ିଆ ଧାରାବାହିକ ” କେମିତି କହିବି କହ “ର ପ୍ରଚ୍ଛଦପଟ ସଂଗୀତ ଓ ଭଜନ ସମ୍ରାଟ ଭିକାରୀ ବଳଙ୍କ ପୁରାତନ ଗୀତ ଆସରକୁ ଆମୋଦ ପ୍ରଦାନ କରିଥିଲା । ଶକୁନ୍ତଳା ମିଶ୍ର,ତୃପ୍ତିରାଣୀ ପାତ୍ର,ପଙ୍କଜିନୀ ଉପାଧ୍ୟାୟ,ସୁଦ୍ରୁମା ପଣ୍ଡା, ଶାନ୍ତିଲତା ପଣ୍ଡାଙ୍କ ସମେତ ଅନନ୍ୟାର ସମସ୍ତ ଭାଇ ଭଉଣୀ ବନ୍ଧୁତା ବନ୍ଧନରେ ବାନ୍ଧିହେବା ପାଇଁ ଉତ୍ସାହ ପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ଜମ୍ଭରା ଗ୍ରାମବାସୀ ଓ ୟୁଥ କ୍ଳବର ସଦସ୍ୟ ବୃନ୍ଦଙ୍କ ସହ ସୁନ୍ଦର ମୋ ଭାଷା ସାହିତ୍ୟର ସମସ୍ତ ଶୁଭେଚ୍ଛୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ସ୍ବାଗତିକା ସାହୁଙ୍କ ଧନ୍ୟବାଦ ଅର୍ପଣ ପରେ ଅନଲାଇନ୍ ମାଧ୍ୟମରେ ଚାଲିଥିବା କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Leave a Reply

Your email address will not be published.