କଟକ, (ଭରତ ମହାରଣା): କଟକ ଦରଘା ପୋଲିସ ହାତରେ ଏସି ଲୁଟେରା । ଲକଡାଉନ ସମୟରେ ଗୋଦାମରୁ ଚୋରି ହୋଇଥିବା ଏସି ଜବତ କରିଛି ଦରଘା ଥାନା ପୋଲିସ । ୧୯ଟି ଦାମିକିଆ ଏସି ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ବାରପଥରର ଏକ ଏସି ଗୋଦାମରୁ ସେହି ଗୋଦାମର ଜଣେ କର୍ମଚାରୀ ନକଲି ଚାବି କରି ଗୋଟିଏ ପରେ ଗୋଟିଏ ଏସି ଲୁଟୁଥିଲା । ଏତଲା ପରେ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଲୁଟ ହୋଇଥିବା ଏସି ଜବତ ସହ ସଂପୃକ୍ତ କର୍ମଚାରୀ ଓ ଅନ୍ୟ ଦୁଇ ଜଣଙ୍କୁ ଦରଘା ବଜାର ଥାନା ପୋଲିସ ଗିରଫ କରିଛି । ବର୍ତ୍ତମାନ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ କରୁଛି ବୋଲି ସୂଚନା ଦେଇଛନ୍ତି ଜୋନ୍ ଏସିପି ।