ଜୁଆ ଆଡ଼ା ଉପରେ ପୋଲିସର ଚଢ଼ାଉ, 3 ଜୁଆଡ଼ି ଗିରଫ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ସାରୁଙ୍ଗା ଗ୍ରାମର କିଛି ଯୁବକ ଜୁଆ ଖେଳୁଥିବା ର ଖଇରା ଆଇ ଆଇ ସି ଗଣେଶ୍ୱର ପ୍ରଧାନ ବିଶେଷ ସୂତ୍ରରୁ ଖବର ପାଇଥିଲେ,ସାରୁଙ୍ଗା ଗ୍ରାମର ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି 3 ଜଣ ଜୁଆଡି କୁ ଗିରଫ କରିବା ସହିତ 1870 ଟଙ୍କା ଓ ତାସ ଜବଦ କରିଛନ୍ତି । ଗନ୍ଧାଳି ଗ୍ରାମର ମୁନା ମୁଖୀ ,ଶୁଭକାନ୍ତ ମୁଖୀ ଓ ସାରୁଗାଁ ଗ୍ରାମର ନାରାୟଣ ରାଉତ ଙ୍କୁ ଗିରଫ କରି ଆଜି ଖଇରା ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି,ଆଇ ଆଇ ସି ଗଣେଶ୍ୱର ପ୍ରଧାନ ଙ୍କ ଏଭଳି ଚଢ଼ାଉ ରେ ଏବେ ଖଇରା ଅଞ୍ଚଳ ରେ ଜୁଆଡି ମାନଙ୍କ ଭିତରେ କୁକୁଆ ଭୟ ଦେଖାଦେଇଛି, ଖଇରା ପୋଲିସ 140/22ନଂ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.