ପୋଲିସ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖି ସ୍ତ୍ରୀର ହାଇ ଭୋଲ୍ଟଜେ ଡ୍ରାମା


ଢେଙ୍କାନାଳ/ଭୁବନ, (ନାଗରାଜ ନ୍ଯୁଜ): ଅପରାହ୍ନ ପାଞ୍ଚଟା ଭୁବନ ବ୍ଲକ ବାଜିରାଉତ ଗାଁ ଛକ ହଠାତ୍ ଲୋକାରଣ୍ୟ ହୋଇଉଠିଲା । ଦୁଇ ମହିଳାଙ୍କ ମଧ୍ୟରେ ଗାଳି ମାଡ଼ ରାଂପୁଡା ରାମ୍ପୁଡ଼ି ଓ କଥା କଟା କଟି । ଯାହାର କାରଣ ବୁଝିବାବେଳକୁ ନିହାଲପ୍ରସାଦ ଥାନାର ଜନୈକ ପୋଲିସ ତାଙ୍କ ବାନ୍ଧବୀଙ୍କ ସହ ଭୁବନରୁ ମାର୍କେଟିଙ୍ଗ ସାରି ନିହାଲପ୍ରସାଦ ଫେରୁଥିବା ବେଳେ ହଠାତ୍ ତାଙ୍କ ସ୍ତ୍ରୀ ଓ ପୁଅ ପହଂଚିଯାଇଥିଲେ । ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମାରପିଟି । କୌଣସି ସୂତ୍ରରୁ ଖବର ପାଇ ଭୁବନ ଥାନାଧିକାରୀ ଘଟଣା ସ୍ଥଳରେ ପହଂଚିଥିଲେ ଓ ସେମାନଙ୍କୁ ଥାନାକୁ ନେଇଥିଲେ ।

ଏବେ ସେହି ବିବାଦୀୟ ପୋଲିସ ଓ ମହିଳାଙ୍କ ନାଚ ଗୀତ ଭିଡିଓ ଘୁରି ବୁଲୁଛି । ଏହି ପୋଲିସ ଜଣଙ୍କ ଗତ ମାସ ୨୭ ତାରିଖରୁ ନିହାଲପ୍ରସାଦ ଥାନାରୁ ରାସୋଲ ବଦଳି ହୋଇ ଓ ନୀହଲ୍ ପ୍ରସାଦ ଥାନାରୁ ରିଲିଫ ହୋଇଥିଲେବି ରାସୋଳ ଥାନାରେ ଯୋଗ ଦେଉନାହାନ୍ତି । ଯାହାକୁ ନେଇ ସାଧାରଣ ରେ ବେଶ ଚର୍ଚ୍ଚା ଚାଲିଛି । ଏହି ଦୃଶ୍ୟ ପଟରେ ଥିବା ସମସ୍ତ ଙ୍କ ଘର ଭୁବନ ଅଂଚଳରେ । ପୋଲିସ, ପୋଲିସଙ୍କ ପତ୍ନୀ ଓ ମହିଳା ଭୁବନ ଅଞ୍ଚଳ ବାସିନ୍ଦା ବୋଲି ଜଣାପଡିଛି ।

ଢେଙ୍କାନାଳ ଜିଲ୍ଲା ଭୁବନରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.