କଟକରେ ବିଭିନ୍ନ ପର୍ବପର୍ବାଣୀ ପାଇଁ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): କଟକ ମହାନଗର ନିଗମ ପକ୍ଷରୁ ଆଜି ଅପରାହ୍ନରେ ନିଗମ କାର୍ଯ୍ୟାଳୟରେ ଚଳିତ ବର୍ଷ କଟକ ସହରରେ ବିଭିନ୍ନ ପର୍ବପର୍ବାଣୀ ପାଇଁ ଏକ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ କଟକ ମହାନଗର ନିଗମ ଶାନ୍ତି କମିଟିର କର୍ମକର୍ତ୍ତା ଏବଂ ପୂର୍ବାଞ୍ଚଳ ଶାନ୍ତି କମିଟିର କର୍ମକର୍ତ୍ତା ଓ ବିଭିନ୍ନ ସାହି କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆସନ୍ତା ଖୁଦୁରୁକୁଣୀ ଏବଂ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ କରିବାପାଇଁ ଆଲୋଚନା କରାଯାଇଥିଲା। ବିଶେଷ କରି କଟକ ସହରର ବିପର୍ଯ୍ୟସ୍ତ ରାସ୍ତା ଘାଟ ଓ ଜାଇକା ସମସ୍ୟା ସମ୍ପର୍କରେ ସ୍ଵତନ୍ତ୍ର ଭାବେ ଆଲୋଚନା କରାଯାଇଥିଲା।ସହରର ପୂର୍ବାଞ୍ଚଳ ରେ ବିପର୍ଯ୍ୟସ୍ତ ରାସ୍ତାଘାଟ ଏବଂ ଯାଇକା ସମସ୍ୟା ଉପରେ ବୈଠକରେ ଗୁରୁତର ଅଭିଯୋଗ ଆସିଥିଲା। ଆସନ୍ତା ଖୁଦୂର୍ ଖୁଣୀ ପୂଜା ଏବଂ ଗଣେଶ ପୂଜା ପୂର୍ବରୁ ସହରର ସମସ୍ତ ରାସ୍ତା ଘାଟ ର ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ଦାବି କାଯାଇଛି।ପର୍ବ ପର୍ବାଣୀର ଆରମ୍ଭ ହେବ ପୂର୍ବରୁ ବିଭିନ୍ନ ସମସ୍ୟା ସମାଧାନ ପାଇଁ କେତେକ କର୍ପୋରେଟର ମାନେ ସି ଏମ ସି କୁ ନିବେଦନ କରିଛନ୍ତ।

ଚଳିତମାସ 31 ତାରିଖ ଦିନ ଗଣେଶ ପୂଜା ଆରମ୍ଭ ହେବ ଏବଂ 4 ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ।ଗଣେଶ ପୂଜା କଟକ ର ପୂର୍ବାଞ୍ଚଳ ର ଏକ ମହାନ୍ ପର୍ବ ଏଠାରେ ପ୍ରାୟ 50ରୁ 60 ଉର୍ଦ୍ଧ୍ଵ ବିଭିନ୍ନ କ୍ଳବ୍ ମାନଙ୍କରେ ଶ୍ରୀ ଗଣେଶ ପୂଜା ପାଇଥାନ୍ତି।ସେହି ଭଳି ଭାଲକୁଣୀ ପୂଜା ଏବଂ ଏହାର ଭସାଣି ଏକ ଗଣ ପର୍ବ ରେ ପରିଣତ ହୋଇଛି।ଆଜିର ବୈଠକରେ ସହରର ରାସ୍ତା ଘାଟ ଏବଂ ରାସ୍ତା ଲାଇଟ୍ ଏବଂ ପରିମଳ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ମହାନଗର ନିଗମ କମିଶନର ନିଖିଲ ପୱାନ କୁମାର ଉପସ୍ଥିତ ଥିଲେ। ମେୟର ସୁବାସ ସିଂ ପର୍ବ ପର୍ବାଣୀ ପୂର୍ବରୁ ରାସ୍ତାଘାଟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଆଜି ର ପ୍ରସ୍ତୁତି ବୈଠକରେ ମେୟର ଶ୍ରୀ ସିଂ ଅଧ୍ୟକ୍ଷତା କରିଥିଲେ। କଟକ ମହାନଗର ନିଗମ ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ର ସଭାପତି ବିଜୟ ସାହୁ ବିଭିନ୍ନ ସାହି କମିଟିର କର୍ମକର୍ତ୍ତା ବିଭିନ୍ନ ୱାର୍ଡ କର୍ପୋରେଟର ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published.