ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ଆଗାମୀ ଶୀତଳ ଷଷ୍ଠୀ ଯାତ୍ରା ଓ ଶିବ ପାର୍ବତୀ ବିବାହ ଉତ୍ସବ କୁ ଶୃଙ୍ଖଳା ର ସହ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା। ପୁରୀ ସହରର ପ୍ରଭୁ ଲୋକନାଥ, ଜମ୍ବେଶ୍ୱର, କପାଳଲୋଚନ ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ଙ୍କ କନ୍ୟା ଚୟନ ଚଳିତ ମାସ ୩ ତାରିଖରେ, ଶିବ ବିବାହ ୪ ତାରିଖରେ, ଶୀତଳ ଷଷ୍ଠୀ ୫ ତାରିଖରେ ଓ ନଗର ପରିକ୍ରମା ୬ ଏବଂ ୭ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଉପଜିଲ୍ଲାପାଳ ଶ୍ରୀ ଭବ ତରଣସାହୁ ଅଧ୍ୟକ୍ଷତା କରିବା ସହ ରୀତିନୀତି ଅନୁସାରେ ଶୀତଳ ଷଷ୍ଠୀ ,ଶିବ ପାର୍ବତୀ ବିବାହ, ନଗର ପରିକ୍ରମା ଇତ୍ୟାଦି କାର୍ଯ୍ୟ କୁ ସୁରୁଖୁରୁରେ ସମ୍ପାଦନ ପାଇଁ ବିଭିନ୍ନ ବିଭାଗ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ରାସ୍ତା ଘାଟ ମରାମତି, ସଫେଇ, ପରିମଳ ବ୍ୟବସ୍ଥା, ଡ୍ରେନ ପରିଷ୍କାର ଓ ବ୍ଲିଚିଂ ସିଚଂନ,ବିଦ୍ୟୁତ ଯୋଗାଣ ଓ ଆବଶ୍ୟକ ସ୍ଥଳେ ମରାମତି, ଆଇନଶୃଙ୍ଖଳା ବ୍ୟବସ୍ଥା ଇତ୍ୟାଦି କୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ସାରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଠାକୁର ମାନେ ସେମାନଙ୍କ ନିର୍ଦ୍ଧାରିତ ସାହି ପରିକ୍ରମଣ କରି ପୁନଶ୍ଚ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଉପସ୍ଥିତ ସେବାୟତ ମାନେ ସୂଚନା ଦେଇଥିଲେ ।

ଏହି ବୈଠକରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ସିଟି ଡିଏସପି ଜନାର୍ଦ୍ଦନ ପାଢ଼ୀ, ପଚଂ ମହାଦେବ କମିଟି ର ସଭାପତି ଶ୍ରୀ ରବିନାରାୟଣ ପଣ୍ଡା,ସମ୍ପାଦକ ଶ୍ରୀ ମଦନ ମୋହନ ଖୁଣ୍ଟିଆ, ନୀଳକଣ୍ଠେଶ୍ୱର ମନ୍ଦିର ସମ୍ପାଦକ ଶ୍ରୀ ରଘୁନାଥ ଖୁଣ୍ଟିଆ, କପାଳଲୋଚନ ମନ୍ଦିର ସମ୍ପାଦକ ଶ୍ରୀ ଜଗନ୍ନାଥ ପଣ୍ଡା ଓ ପଚଂ ମହାଦେବ କମିଟି ର ସହ ସମ୍ପାଦକ ଶ୍ରୀ ରାମ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଶଂ ଗ୍ରହଣ କରିଥିଲେ ।

Leave a Reply

Your email address will not be published.