ବାରଙ୍ଗ,(ନାଗରାଜ ନ୍ୟୁଜ): ବାରଙ୍ଗ ପ୍ରେସ୍ କ୍ଲବ୍ ତରଫରୁ ଆନନ୍ଦ ବଜାରସ୍ଥିତ ପ୍ରେସ୍ କ୍ଲବ୍ ପରିସରରେ ଗଣମାଧ୍ୟମ ସ୍ଵାଧୀନତା ଦିବସ ବା ପ୍ରେସ୍ ଫ୍ରିଡମ ଡେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରେସ କ୍ଲବର ସଭାପତି ଲଙ୍ଗରାଜ ରାଉତଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାରେ ଉପସଭାପତି ତ୍ରିଲୋଚନ ଦାସ, ସମ୍ପଦକ ରୁଦ୍ର ନାରାୟଣ ଷଡ଼ଙ୍ଗୀ , ସାମ୍ବାଦିକ ପ୍ରକାଶ ଚନ୍ଦ୍ର ସାହୁ, ଜଗନ୍ନାଥ ଭଞ୍ଜ, କମଳାକାନ୍ତ ନାୟକ, ସଂଗ୍ରାମ କିଶୋର ଦାସ, କୃଷ୍ଣଚନ୍ଦ୍ର ସ୍ଵାଇଁ, ଲୋଚନ ମୁଦୁଲି, ତାପସ ଜେନା,ସନ୍ତୋଷ ମଲିକ, ସନ୍ତୋଷ ରାଉତ, ରଜତ ମୁଦୁଲି, ତୁଷାରକାନ୍ତ ବେହେରା, ଜିତେନ୍ଦ୍ର ପଢିଆରୀ,ଶେଷଦେବ ବଡଜେନାଙ୍କ ସମେତ ପ୍ରେସ୍ କ୍ଲବ୍ ର ସଦସ୍ୟମାନେ ଯୋଗ ଦେଇଥିଲେ। ଏବେ ବି ଗଣମାଧ୍ୟମ ପ୍ରତିନିଧି ମାନେ ଅନେକ କ୍ଷେତ୍ରରେ ସ୍ଵାଧୀନତା ପାଇବାରୁ ବଞ୍ଚିତ ଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ସରକାର ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିିବାକୁ ଦାବି କରାଯାଇଥିଲା। ଏହି ଅବସରରେ ବିଜୟ କୁମାର ପଣ୍ଡା, ଆମୂଲ୍ୟ ମହାରଣା,ସୁରେଶ ମହାନ୍ତି, ନାରୀନେତ୍ରୀ ରୀତାଞ୍ଜଳୀ ସାମଲ, ନିରଞ୍ଜନ ସାହୁ, ନନ୍ଦନକାନନ ଥାନାର ଭାରପ୍ରାପ୍ତ ଅଧିକାରୀ ବିଶ୍ଵରଞ୍ଜନ ସେନାପତି, ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତି , ସମିତି ସଭ୍ୟ ଅଜିତ ଶ୍ରୀଚନ୍ଦନ, ମାଗୁ ସାହୁ ଯୁଧିଷ୍ଟିର ମହାରଣା, ପ୍ରମୋଦ ପ୍ରଧାନ, ଜନକ ମାଝୀ, ଅମୀୟ ଜେନା, ସୁନିତା ପରିଡାଙ୍କ ସମେତ ବହୁ ସମାଜସେବୀ ଓ ବୁଦ୍ଧିଜିବୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।