ବାଙ୍କୀ: ପ୍ରଧାନମନ୍ତ୍ରୀ ଫସଲବୀମା ରଥର ଶୁଭାରମ୍ଭ ହୋଇଛି । ଡମପଡା କୃଷି ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କ ସହ ବ୍ଲକ କୋଡ଼ନେଟର ଓ ବୀମା କମ୍ପାନୀର କର୍ମକର୍ତ୍ତାମାନେ ଏହି ଶୁଭାରମ୍ଭ କରିଛନ୍ତି । ଏହି ରଥ ଡମପଡା କୃଷିବିଭାଗ ଅଫିସ ଠାରୁ ପ୍ରଥମେ ବାହାରି ବାଙ୍କୀର ପ୍ରତି ଗ୍ରାମାଞ୍ଚଳରେ ବୁଲି ବୁଲି ଲୋକଙ୍କୁ ତଥା କୃଷକଙ୍କୁ ଫସଲ ବୀମା ଲାଭ ସମ୍ପର୍କରେ ଅବଗତ କରାଇଥିଲେ । ପରେ ଫସଲ କ୍ଷତି ଘଟିଲେ କିଭଳି ସରକାରଙ୍କ ଠାରୁ କ୍ଷତି ପୂରଣ ମିଳିବ ସେହି ବିଷୟରେ ଲୋକଙ୍କୁ ଜଣାଇଥିଲେ । ଏହି ରଥ ଆଜିଠାରୁ ବୁଲିବା ଆରମ୍ଭ କରିଛି । ଫସଲ ବୀମା ସମୟ ସୀମା ଏକମାସ ପର୍ଯ୍ୟନ୍ତ ଏହିରଥ ବୁଲିବାର ଲକ୍ଷ ରହିଛି ।