ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

କଟକ,(ନାଗରାଜ ନ୍ୟୁଜ): ଦିନକୁ ଦିନ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି ଜାଳେଣି ଗ୍ୟାସ । ଦୁଇବର୍ଷ ଭିତରେ ପାଖାପାଖି ପାଞ୍ଚଶହ ଟଙ୍କା ବୃଦ୍ଧି ପାଇ ସାରିଲାଣି ।ଯାହାର ସିଧସଳଖ ପ୍ରଭାବ ପଡୁଛି ମଧ୍ୟବିତ୍ତ ପରିବାର ଉପରେ। ଯାହାକୁ ବିରୋଧ କରି ଆଜି କଟକ ନଗର ମହିଳା କଂଗ୍ରେସ ପକ୍ଷରୁ ଜାଳେଣି ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ତୁରନ୍ତ ଜାଳେଣି ଗ୍ୟାସ ଦର କୁ କମାଇବା ପାଇଁ ଦାବିପତ୍ର ଦିଆଯାଇଛି। ଯଦି ତୁରନ୍ତ ଦାମ କମ୍ ନକରଯାଏ ତେବେ ଆଗାମୀଦିନରେ ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published.